ସର୍ବଦଳୀୟ ବୈଠକରେ ସରକାରଙ୍କୁ ସମର୍ଥନ , ପ୍ରଧନମନ୍ତ୍ରୀ କଲେ ଚୀନକୁ ତାଗିଦ୍ କହିଲେ ଇଞ୍ଚେ ବି ଜାଗା ଦେବନି ଭାରତ

ସର୍ବଦଳୀୟ ବୈଠକରେ ସରକାରଙ୍କୁ ସମର୍ଥନ , ପ୍ରଧାନମନ୍ତ୍ରୀ କଲେ ଚୀନକୁ ତାଗିଦ୍ କହିଲେ ଇଞ୍ଚେ ବି ଜାଗା ଦେବନି ଭାରତ

ଦେଶ -ବିଦେଶ ବଡ ଖବର

#ଚୀନକୁ ତାଗିଦ୍_ଇଞ୍ଚେବି_ଜାଗା_ଦେବନି_ଭାରତ             ନୂଆଦିଲ୍ଲୀ : ଚୀନ ସହ ଉତ୍ତେଜନା ପରିପ୍ରେକ୍ଷୀରେ ଶୁକ୍ରବାର ଅନୁଷ୍ଠିତ ସର୍ବ-ଦଳୀୟ ବୈଠକରେ ଦେଶର ଅଧିକାଂଶ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ପ୍ରଦାନ  କରିଛନ୍ତି । ଭାରତର ଅଖଣ୍ଡତା ରକ୍ଷା କରିବା ପାଇଁ ସରକାର ଯାହାବି ପଦକ୍ଷେପ ନେବେ ତାହାକୁ ସମର୍ଥନ କରାଯିବ ବୋଲି ଦଳମାନେ କହିଛନ୍ତି ।ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତିଯେ ଚୀନ ସେନା ଭାରତର କୌଣସି ଅଞ୍ଚଳ ଅଧିକାର କରିନାହାନ୍ତି କିମ୍ବା କୌଣସି ପୋଷ୍ଟକୁ କବଜା କରିନାହାନ୍ତି । ଭାରତର ୨୦ ଜଣ ବୀର ଯବାନ ସହିଦ ହୋଇଗଲେ କିନ୍ତୁ ସେମାନେ ଚୀନ ସୈନିକମାନଙ୍କୁ ଉଚିତ ଶିକ୍ଷା ଦେଇଗଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏବେ ସୁଦ୍ଧା ଯେଉଁମାନଙ୍କୁ କେହି ପ୍ରଶ୍ନ କରୁନଥିଲେ ବା ଅଟକାଉନଥିଲେ ସେମାନଙ୍କୁ ଆମ ଯବାନମାନେ ଅଟକାଉଛନ୍ତି । ଗତ କିଛି ବର୍ଷ ହେଲା ସରକାର ସୀମାରେ ବ୍ୟାପକ ଭିତ୍ତିଭୂମି ନିର୍ମାଣ କରିଛନ୍ତି । ଏହା ଫଳରେ ପୂର୍ବରୁ ଯେଉଁ ଅଞ୍ଚଳଗୁଡ଼ିକରେ ପ୍ରହରା ଦେଇହେଉନଥିଲା, ଏବେ ଯବାନମାନେ ପ୍ରହରା ଦେଉଛନ୍ତି । ତିନି ସେନାର ଆବଶ୍ୟକତା ପୂରଣ ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣାଯାଉଛି ବୋଲି ସେ କହିଛନ୍ତି । ଦେଶର ସୁରକ୍ଷା କରିବାକୁ ଯାହା କରିବା ଆବଶ୍ୟକ ଭାରତୀୟ ସେନା ତାହା କରୁଛି । ଭାରତର ଏକ ଇଞ୍ଚ ଜମି କେହି ନେଇ ପାରିବେ ନାହିଁ । ଭାରତୀୟ ସେନା ଦେଶର ସୀମାର ରକ୍ଷା କରିବାକୁ ସକ୍ଷମ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଏହା ପୂର୍ବରୁ କଂଗ୍ରେସ  ଅଧ୍ୟକ୍ଷା ସୋନିଆ ଗାନ୍ଧି ଚୀନ ଅନୁପ୍ରବେଶ ସଂପର୍କରେ ସ୍ଥିତି ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଥିଲେ । ବୈଠକରେ କେନ୍ଦ୍ର ସରକାରଙ୍କୁ ୭ଟି ପ୍ରଶ୍ନ ପଚାରିଥିଲେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ।କେବେ ଚୀନ ସେନା ଆମ ଅଞ୍ଚଳରେ ପ୍ରବେଶ କଲା ? ଚୀନ ସେନାର ଅନୁପ୍ରବେଶ ସଂପର୍କରେ ସରକାର କେବେ ସୂଚନା ପାଇଲେ , ମେ ୫ ରେ ବା ତା ପୂର୍ବରୁ ? ସରକାର ନିୟମିତ ଭାବେ ଆମଦେଶର ସୀମାର ସାଟେଲାଇଟ ଚିତ୍ର ଦେଖନ୍ତି ନାହିଁ କି ? ଦେଶର ବାହ୍ୟ ଗୁଇନ୍ଦା ସଂସ୍ଥା ଏଲଏସିରେ କୌଣସି ଅସ୍ୱାଭାବିକ ଘଟଣା ଜାଣିପାରିଲା ନାହିଁ କି ? ମିଲିଟାରୀ ଗୁଇନ୍ଦା ଚୀନ ସେନାର ରଣ ସଜ୍ଜା ସଂପର୍କରେ କିଛି ସୂଚନା ପାଇଥିଲା କି ? ସରକାର ଏହାକୁ ଏକ ଗୁଇନ୍ଦା ବିଫଳତା ଭାବୁଛନ୍ତି କି ? ମାଉଣ୍ଟେନ ଷ୍ଟ୍ରାଇକ କୋରର ସ୍ଥିତି କଣ ? ସୋନିଆ  କହିଥିଲେ ଯେ ସୀମାରେ ସ୍ଥିତାବସ୍ଥା ବଜାୟ ରହିଛି ବୋଲି ସରକାର ଦେଶବାସୀ ଓ ବିରୋଧୀ ଦଳମାନଙ୍କୁ ଭରସା ଦିଅନ୍ତୁ ।

ବୈଠକରେ   ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି – ପ୍ରଧାନମନ୍ତ୍ରୀ ଆମେ ଆପଣଙ୍କ ସହିତ ଅଛୁ
ଆମେ ସମସ୍ତେ ଏକ । ଏହା ହେଉଛି ସମସ୍ତଙ୍କର ଭାବନା, ପ୍ରଧାନମନ୍ତ୍ରୀ। ଆମେ ଆପଣଙ୍କ ସହିତ ଅଛୁ। ଆମେ ଆମର ସେନା ଏବଂ ସେମାନଙ୍କ ପରିବାର ସହିତ ଅଛୁ ।
ଭାରତ ଶାନ୍ତି ଚାହୁଁଛି କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଦୁର୍ବଳ। ଚୀନ୍‌ର ପ୍ରକୃତି ବିଶ୍ୱାସଘାତକତା। ଭାରତ ’ଶକ୍ତିଶାଳୀ’ କିନ୍ତୁ ’ବାଧ୍ୟ’ ନୁହେଁ। ଆମ ସରକାରଙ୍କ ସାମର୍ଥ୍ୟ ଅଛି ‘ ଆଖି ତାଡି ହାତରେ ଧରାଇଦେବୁ’।ସେହିପରି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ସମର୍ଥନ କରିଥିଲେ।ସର୍ବଦଳୀୟ ବୈଠକ ଦେଶ ପାଇଁ ଏକ ଭଲ ବାର୍ତ୍ତା। ଏହା ଦର୍ଶାଉଛି ଯେ, ଆମେ ଆମର ସୈନିକମାନଙ୍କ ପଛରେ ଏକଜୁଟ ହୋଇ ରହିଛୁ। ଟିଏମସି ସରକାରଙ୍କ ସହ ଦୃଢତାର ସହିତ ମିଳିତ ହୋଇରହି।ଚୀନକୁ,ଟେଲିକମ୍, ରେଳବାଇ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ପ୍ରବେଶ କରିବାକୁ ଦେବ ନାହିଁ। ଆମେ କିଛି ସମସ୍ୟାର ସମ୍ମୁଖୀନ ହେବୁ କିନ୍ତୁ ଆମେ ଚାଇନିଜମାନଙ୍କୁ ପ୍ରବେଶ କରିବାକୁ ଦେଇନୁ।ଚୀନ୍ ଗଣତନ୍ତ୍ର ନୁହେଁ । ସେଠାରେ ଏକଛତ୍ରବାଦୀ ଶାସନ ଚାଲିଛି। ସେମାନେ ଯାହା ଅନୁଭବ କରନ୍ତି ତାହା କରିପାରିବେ। ଅନ୍ୟପକ୍ଷରେ, ଆମକୁ ଏକାଠି ହୋଇ କାମ କରିବାକୁ ପଡିବ। ଭାରତ ଜିତିବ, ଚୀନ୍ ହାରିବ। ଏକତା ସହିତ କଥା ହୁଅ। ଏକତା ସହିତ ଚିନ୍ତା କର। ଏକତା ସହିତ କାର୍ଯ୍ୟ କରନ୍ତୁ। ଆମେ ସରକାରଙ୍କ ସହିତ ଦୃଢତାର ସହିତ ଅଛୁ।ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ସରକାରଙ୍କୁ ସମର୍ଥନ କରିଥିଲେ।ଚୀନ୍ ବିରୋଧରେ ଦେଶବ୍ୟାପୀ ଲୋକଙ୍କ ମନରେ କ୍ରୋଧ ଭରି ରହିଛି। ଆମ ମଧ୍ୟରେ କୌଣସି ପାର୍ଥକ୍ୟ ରହିବା ଉଚିତ୍ ନୁହେଁ ଜ୍ଝ ଆମେ ଏକାଠି ଅଛୁ।ଦଳଗୁଡିକ କୌଣସି ଅସମାନତା ଦେଖାଇବା ଉଚିତ୍ ନୁହେଁ ଯାହା ଅନ୍ୟ ଦେଶ ଦେଖିପାରିବେ। ଭାରତ ପ୍ରତି ଚୀନ୍ର ଆଭିମୁଖ୍ୟ ସମସ୍ତଙ୍କୁ ଜଣା। ଭାରତ ଚୀନ୍କୁ ସମ୍ମାନ ଦେବାକୁ ଚାହୁଁଥିଲା। କିନ୍ତୁ ୧୯୬୨ରେ ଚୀନ୍ କ’ଣ କଲା ?

ବୈଠକରେ ଆଶ୍ଚର୍ଯ୍ୟଜନକ ଭାବେ ବାମପନ୍ଥୀ ଦଳମାନେ ଏହି ବିବାଦ ପାଇଁ ଆମେରିକାକୁ ଦାୟୀ କରିଛନ୍ତି । ଭାରତ ଆମେରିକା ଆଡ଼କୁ ଢଳୁଥିବାରୁ ଚୀନ କୋପ କରିଛି ବୋଲି ପରୋକ୍ଷରେ ଚେତାଇ ଦେଇଛନ୍ତି । ଭାରତ ଆମେରିକା ଶିବିରରୁ ଦୂରେଇ ରହୁ ବୋଲି ବାମପନ୍ଥୀ ନେତାମାନେ କହିଛନ୍ତି । ସରକାରଙ୍କୁ ଜବାହରଲାଲ ନେହେରୁ ଅମଳର ପଞ୍ଚଶୀଳ ନୀତିକୁ ଅନୁସରଣ କରିବାକୁ କହିଛନ୍ତି ।ସିପିଏମ ନେତା ସୀତାରାମ ୟେଚୁରୀ କହିଛନ୍ତି ଯେ ଭାରତ ପଞ୍ଚଶୀଳ ନୀତିକୁ ଅନୁସରଣ କରିବା ଆବଶ୍ୟକ । ଭାରତ ଚୀନ ସହ ଉଚ୍ଚସ୍ତରୀୟ ଆଲୋଚନା କରି ଏଲଏସିକୁ ସ୍ପଷ୍ଟ କରାଯିବା ଆବଶ୍ୟକ । ଏପରି ହେଲେ ଶାନ୍ତି ବିରାଜମାନ କରିବ । ସେହିପରି ସିପିଆଇ ନେତା ଡି.ରାଜା କହିଛନ୍ତି ଯେ ଭାରତ ଆମେରିକା ଶିବିରରେ ସାମିଲ ହେବା ଆବଶ୍ୟକ ନାହିଁ ।  ସୂଚନାଯୋଗ୍ୟ ଯେ ୧୯୫୪ରେ ଭାରତ ଓ ଚୀନ ମଧ୍ୟରେ ପଞ୍ଚଶୀଳ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଏହି ଚୁକ୍ତି କରାଯାଇଥିଲା । ମାତ୍ର ଏହାର ୮ ବର୍ଷ ପରେ ଚୀନ ଭାରତ ଉପରେ ଆକ୍ରମଣ କରିଥିଲା ।