ସୁଶାନ୍ତ ସିଂ ରାଜପୁତ ଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ

ସୁଶାନ୍ତ ସିଂ ରାଜପୁତ ଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ

ଦେଶ -ବିଦେଶ ବଡ ଖବର ମନୋରଞ୍ଜନ

#ସୁଶାନ୍ତ_ସିଂ_ରାଜପୁତଙ୍କ_ପାର୍ଥିବ_ଶରୀର_ପଞ୍ଚଭୂତରେ_ବିଲୀନ            ମୁମ୍ବାଇ  :  ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାର୍ôଥବ ଶରୀରକୁ ସୋମବାର ଦିନ ଭିଲେ ପାର୍ଲରେ ଅବସ୍ଥିତ ସମାଜ ସେବା ଟ୍ରଷ୍ଟର ଶ୍ମଶାନରେ ଶବଦାହ କରାଯାଇଛି । ଏହି ଶବଦାହରେ ସୁଶାନ୍ତଙ୍କ ପିତା କୃଷ୍ଣକୁମାର ସିଂ, ଚଳଚ୍ଚିତ୍ର ଅଭିନେତା ବିବେକ ଓବରୋଇ, ଉଦିତ ନାରାୟଣ, ଶ୍ରଦ୍ଧା କପୁର ରାଜକୁମାର ରାଓଙ୍କ ସମେତ ପ୍ରାୟ ୨୫ ଜଣ ଲୋକ ଯୋଗ ଦେଇଥିଲେ । ଉଲ୍ଲେଖନୀୟ ଯେ ରବିବାର ଦିନ ସୁଶାନ୍ତ ସିଂ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ । ଏହି ଖବର ଆସିବା ପରେ ଚଳଚ୍ଚିତ୍ର ଜଗତ ସମେତ ସମଗ୍ର ଦେଶବାସୀ ସ୍ତବ୍ଧ ହୋଇଯାଇଥିଲେ ।

मुंबई के इस श्मशान घाट में होगा ...

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସୁଶାନ୍ତଙ୍କ ପିତା ଏବଂ ଅନ୍ୟ ସମ୍ପର୍କୀୟମାନେ ସୋମବାର ମୁମ୍ବାଇରେ ପହଂଚିିଥିଲେ । ସୋମବାର ସୁଶାନ୍ତଙ୍କ ମୃତଦେହକୁ କପୁର୍ ହସ୍ପିଟାଲରୁ ଭିଲେ ପାର୍ଲେରେ ଶବଦାହକୁ ଅଣାଯାଇ ଶବଦାହ କରାଯାଇଥିଲା । ଏହି ଅବସରରେ କୁଶର ହସ୍ପିଟାଲ ଏବଂ ଶ୍ମଶାନ ନିକଟରେ ସୁଶାନ୍ତଙ୍କ ପ୍ରଶଂସକମାନେ ବହୁ ପରିମାଣରେ ଉପସ୍ଥିତ ଥିଲେ, କିନ୍ତୁ ତାଲାବନ୍ଦ ଯୋଗୁଁ କେବଳ ୨୫ ଜଣଙ୍କୁ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା