ଦ୍ରୁତଗାମୀ ଟ୍ରକ ଚଢ଼ିଗଲା ଆଇନଜୀବୀ ମୃତ

ଦ୍ରୁତଗାମୀ ଟ୍ରକ ଚଢ଼ିଗଲା ଆଇନଜୀବୀ ମୃତ

ପୁରୀ ଓଡିଶା ଜିଲ୍ଲା ବଡ ଖବର

#ଦ୍ରୁତଗାମୀ_ଟ୍ରକ_ଚଢ଼ିଗଲା_ଆଇନଜୀବୀ_ମୃତ     ପୁରୀ: କୋର୍ଟ କାମ ସାରି ଆଜି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଜଣେ ଆଇନଜୀବୀଙ୍କ ଉପରେ ଦ୍ରୁତଗାମୀ ଟ୍ରକ ଚଢ଼ିଯାଇଛି। ପୁରୀ ସହରରେ ଥିବା ଅଠରନଳା ନିକଟରେ ଏହି ଘଟଣା ଘଟିଛି। ମୃତକ ହେଲେ ଟାଉନ ଥାନା ଅନ୍ତର୍ଗତ ବିଶ୍ୱନାଥ ବିହାର ନିବାସୀ ପ୍ରଫୁଲ୍ଲ ଚନ୍ଦ୍ର କର (୫୫)।

ସୂଚନା ଅନୁସାରେ ପ୍ରଫୁଲ୍ଲ ଚନ୍ଦ୍ର କର ଆଜି ସନ୍ଧ୍ୟା ୬ଟାରେ କୋର୍ଟ କାମ ସାରି ବିଶ୍ୱନାଥପୁରସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ପଛପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ (ଓଆର ୧୩ଜି ୬୬୬୭) ପଛପଟରୁ ପ୍ରଫୁଲ୍ଲଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସ୍କୁଟର ଆରୋହୀ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ସଂପର୍କିତ ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଇ ଦେଇଛି। ପୁଲିସ ଉଭୟ ଟ୍ରକ୍‌ ଏବଂ ବାଇକ୍‌ ଜବତ କରି ଏକ ମାମଲା ରୁଜୁ କରିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। କିନ୍ତୁ ପରେ ସ୍ୱାଭାବିକ ଅବସ୍ଥା ହେବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।