ମା’ଙ୍କ ନାଁ ସହିତ ଜଡିତ ହୋଇଯାଇଛି ତାଙ୍କର ପ୍ରତ୍ୟକ୍ଷତା – ମା’ ବେଲେଈଶୁଣୀ

ପର୍ଯ୍ୟଟନ

ମା’ ବେଲେଈଶୁଣୀ | ମା’ଙ୍କ ନାଁ ସହିତ ଜଡିତ ହୋଇଯାଇଛି ତାଙ୍କର ପ୍ରତ୍ୟକ୍ଷତା | ବିପଦରେ ପଡିଥିବା ଭକ୍ତ ମା’ଙ୍କ ନାମନେଇ ଶୁମରଣା କରିବା ମାତ୍ରେ ସତେ ଯେମିତି ମା’ଙ୍କ ଆବିର୍ଭାବହୋଇଯାଏ ବିପତ୍ତି ସ୍ଥଳରେ | ଆଉ ବିପଦ ଆପଣା ଛାଏଁ ଉଭେଇ ଯାଏ | ମା’ଙ୍କ ପ୍ରସିଦ୍ଧି ତାଙ୍କର ଆସ୍ଥାନ ସ୍ଥଳୀ ଅଝlଡ ଝାଡ଼ ଜଙ୍ଗଲରୁ ଦୂର ଦୂରାନ୍ତକୁ ଖ୍ୟାତ | ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକର ଗୋହିରାପଡା ଗ୍ରାମ ନିକଟସ୍ଥ ଗୋଇସିଙ୍ଗ ପାହାଡ଼ ର ଅଝlଡ ଝାଡ଼ ଜଙ୍ଗଲ ମଧ୍ୟରେ ଅବସ୍ଥିତ ମା’ ବେଲେଈଶୁଣୀଙ୍କଟ ମନ୍ଦିର l ଯେଉଁଠାରେ ଭକ୍ତ ଙ୍କ ସମସ୍ତ ମନସ୍କାମନା ପୂରଣ ହୁଏ l କଥାରେ ଅଛି ମା’ଙ୍କୁ ଡାକିଲେ ସେ ଓ କରନ୍ତି l ଠିକ୍ ସେହି ଭଳି ଭକ୍ତ ମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହାକୁ ଅନୁଭବ କରିଥାନ୍ତି | ଅନେକ ଅଲୌକିକ ଘଟଣାବଳୀ ମା’ଙ୍କ ସମ୍ପର୍କରେ ଶୁଣିବାକୁ ମିଳେ |

ଜଙ୍ଗଲର ଘଞ୍ଚ ସବୁଜୀମା ମଧ୍ୟରେ ଅବସ୍ଥିତ ମା’ଙ୍କ ଆସ୍ଥାନ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ | ହେଲେ ବର୍ତ୍ତମାନ ସୁଦ୍ଧା ଏହା ସରକାରୀ ସୁବିଧା ସୁଯୋଗ ଅପେକ୍ଷାରେ | ସରକାରୀ ସହାୟତା ମିଳିଲେ ଏହି ପୀଠ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ପାରନ୍ତା |