ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଜନ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଜନ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ଦୁଇ_ଦିନିଆ_ଜିଲ୍ଲା_ସ୍ତରୀୟ_ଜନ_ଗଣନା_ପ୍ରଶିକ୍ଷଣ   ଯାଜପୁର :  (ବିଶ୍ବଜିତ ରଣା) ଜନସାଧାରଣଙ୍କ ସ୍ଥିତି, ଆର୍ଥିକ ବ୍ୟବସ୍ଥାର ଅନୁଧ୍ୟାନ ଓ ବିଭିନ୍ନ ଯୋଜନାପ୍ରଣୟନ ପାଇଁ ଜନଗଣନା ଏକ ଅପରିହାର୍ଯ୍ୟ ଆବଶ୍ୟକତା । ପ୍ରତି ୧୦ ବର୍ଷରେ ଜନ ଗଣନା ଆମ ଦେଶରେ କରାଯାଇ ତାହାରି ଆଧାରରେ ଲୋକ କଲ୍ୟାଣ ଯୋଜନାକୁ ପ୍ରସ୍ତୁତ କରାଯାଉଚ୍ଥି ବୋଲି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମଳନୀ ଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଦିନିଆ ଜନ ଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ମହାନ୍ତି ଜନ ଗଣନା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏହି ଗଣନାରେ ସାମିଲ ହେଊଥିବା ଅଧିକାରୀ ଓ ଗଣନାକାରୀମାନେ ଉପଯୁକ୍ତ ଭାବେ ପ୍ରଶିକ୍ଷିତ ହୋଇ ନିଷ୍ଠାର ସହ ଏହାକୁ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ ।

ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ କହିଥିଲେ ଏହି ଜାତୀୟ କାର୍ଯ୍ୟକ୍ରମ ଏକ ସାମୁହିକ ଉଦ୍ୟମ ଭାବରେ ସଫଳ ହେବା ବାଞ୍ଚ୍ଥନୀୟ । ତେଣୁ ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅପିଂସର ମାନେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭଲ ଭାବରେ ଅବଗତ ହେବାକୁ ସେ ଅନୁରୋଧ କରିଥିଲେ । ରାଜ୍ୟ ସ୍ତରର ବରିଷ୍ଠ ପରିଦର୍ଶକ ତଥା ବିଷୟ ବିଷାରଦ ଭାବେ ଯୋଗଦେଇଥିବା ରାଜେନ୍ଦ୍ର କୁମାର ସାହୁ ବିସ୍ତୃତ ଓ ପ୍ରାଞ୍ଜଳ ଭାବେ ପ୍ରମୁଖ ଜନ ଗଣନା ଅଧିକାରୀ, ଚାର୍ଜ ଅଫିସର, ଅତିରିକ୍ତ ଚାର୍ଜ ଅପିଂସର, ସୁପରଭାଇଜର ଓ ଏନୁମେରେଟର ମାନଙ୍କର ଦାୟିତ୍ୱକୁ ବର୍ଣ୍ଣନା କରିଥିଲେ ।

୧୮୭୨ ମସିହାରୁ ଏହି ଜନ ଗଣନା ଆରମ୍ଭ ହୋଇଚ୍ଥି । ଜନ ଗଣନା ସିରିଜର ଏହା ୧୬ ତମ ହୋଇଥିବା ବେଳେ ସ୍ୱାଧୀନତା ପ୍ରାପ୍ତି ପରେ ଏହା ଅଷ୍ଟମ ଥର ପାଇଁ ଦେଶରେ ଅନୁଷ୍ଠିତ ହେଊଚ୍ଥି । ଦୁଇଟି ପର୍ଯ୍ୟାୟରେ ଏହି ଜନ ଗଣନା ହେବ । ପ୍ରଥମ ପର୍ଯ୍ୟାୟରେ ଗୃହ ଗଣନା ଓ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରକୃତ ଜନ ଗଣନା କରାଯିବ । ଲୋକ ମାନଙ୍କ ଠାରୁ ସଠିକ ତଥ୍ୟ ମାନୁଆଲ୍ ଓ ମୋବାଇଲ ମାଧ୍ୟମରେ ସଂଗ୍ରହ ପାଇଁ ବ୍ୟବସ୍ଥା ହୋଇଚ୍ଥି । ଜନସାଧାରଣଙ୍କୁ ଜନ ଗଣନାର ଉପକାରିତା ଓ ସହଯୋଗ ସଂପର୍କିୟ ସଚେତନତା ସୃଷ୍ଟି କରାଯିବ । ସେମାନେ ଯେପରି ଏନୁମେରେଟର ମାନଙ୍କୁ ସହଯୋଗ କରି ତଥ୍ୟ ଦେବେ, ସେଥିପାଇଁ ମାଇକ ମାଧ୍ୟମରେ ପ୍ରଚାର ପ୍ରସାର ସହ ଅନ୍ୟାନ୍ୟ ବ୍ୟବସ୍ଥା ଦ୍ୱାରା ସଚେତନ କରାଯିବ ବୋଲି ସେ କହିଥିଲେ । ଏନୁମେରେଟର ଓ ସୁପରଭାଇଜର ମାନଙ୍କୁ ଉଚିତ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେମାନେ ଯେପରି ପ୍ରତିଟି ଗୃହ ଓ ପ୍ରତିଟି ଲୋକଙ୍କୁ ଉପଯୁକ୍ତ ଭାବେ ଗଣନା କରି ତଥ୍ୟ ହାସଲ କରିବେ ସେଥିପ୍ରତି ଯତ୍ନବାନ ହେବାକୁ ସିନିୟର କମ୍ପାୟିଲର ତଥା ବିଷୟ ବିଷାରଦ ଜଗଦୀଶ ମୁଖାର୍ଜୀ ଓ ଊପେନ୍ଦ୍ର କୁମାର ନାୟକ ବିଷଦ ବ୍ୟାଖ୍ୟା କରିଥିଲେ ।

ପ୍ରଶିକ୍ଷଣରେ ଚାର୍ଜ ଅଫିସର ଓ ଅତିରିକ୍ତ ଚାର୍ଜ ଅଫିସରଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବେଳେ ମାର୍ଚ୍ଚ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ପିଂଲ୍ଡ ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ କରାଯିବ ବୋଲି ସହକାରୀ ଜିଲ୍ଲାପାଳ ତଥା ଜିଲ୍ଳ୍ା ଜନ ଗଣନା ଦାୟିତ୍ୱରେ ଥିବା ଅଧିକାରୀ ତିଳୋତ୍ତମା ପୃଷ୍ଟି ସୂଚନା ଦେଇଚ୍ଥନ୍ତି । ଏହି ବୈଠକର ସମସ୍ତ ତହସିଲଦାର, ବି.ଡି.ଓ., ପୈାର ନିର୍ବାହୀ ଅଧିକାରୀ, ଅତିରିକ୍ତ ତହସିଲଦାର ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଜିଲ୍ଲାରେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ଓ ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତିଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷିତ କରାଯାଇଥିବା ବେଳେ ୬୨ ଜଣଙ୍କୁ ପିଂଲ୍ଡ ଟ୍ରେନର ଭାବେ ଚୟନ କରାଯାଇଚ୍ଥି ।