ଲକ ଡାଉନ କୁ ବେଖାତିର, ୩ ଦୋକାନ ସିଲ କଲା ପୈାରସଂସ୍ଥା

ଲକ ଡାଉନ କୁ ବେଖାତିର, ୩ ଦୋକାନ ସିଲ କଲା ପୈାରସଂସ୍ଥା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

 #୩_ଦୋକାନ_ସିଲ_କଲା_ପୈାରସଂସ୍ଥା         କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲାରେ ଲକ ଡାଉନ ଯୋଗୁଁ କେତେକ ଦୋକାନ ବନ୍ଦ ରହୁଥିବାର ପ୍ରଶାସନ ତରଫରୁ ଜଣାଇ ଦିଆଯାଇଛି । କିନ୍ତୁ ଏହାକୁ ବେଖାତିର କରି ଦୋକାନୀ ଲୁଚାଛପାରେ ଖୋଲି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଜିଲ୍ଲା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ନିର୍ଦ୍ଦେଶରେ ଲାଇସେନ୍ସ ଇନ୍ସିପେକ୍ଟର ମହିପାଳ ଠାରେ ଥିବା ଏକ ମାର୍କେଟ କମ୍ପଲେକ୍ସ ରେ ଖୋଲା ଯାଇଥିବା ଏକ ଟିଭି ଦୋକାନ କୁ ସିଲ କରିଥିବା ବେଳେ କଜଳା ଠାରେ ଥିବା ଏକ ଚିକେନ ଦୋକାନ ଦିନ ୧୧ଟା ପରେ ଖୋଲି ବ୍ୟବସାୟ କରୁଥିବାରୁ ସେ ଦୋକାନ କୁ ମଧ୍ୟ ସିଲ କରିଥିବାର ଜଣା ପଡିଛି ।