୩ ଦିନ ପାଇଁ ଆସୁଥିଲେ କ୍ୱାରାଂଟାଇନ୍ ଅନାବଶ୍ୟକ

୩ ଦିନ ପାଇଁ ଆସୁଥିଲେ କ୍ୱାରାଂଟାଇନ୍ ଅନାବଶ୍ୟକ

ଓଡିଶା ବଡ ଖବର

#୩ଦିନ_ପାଇଁ_ଆସୁଥିଲେ_କ୍ୱାରାଂଟାଇନ୍_ଅନାବଶ୍ୟକ         ଭୁବନେଶ୍ୱର   : ସରକାରୀ କର୍ମଚାରୀ, ବୃତ୍ତିଗତ କୁଶଳୀ ବ୍ୟକ୍ତି, ବ୍ୟବସାୟୀ ବା ଅନ୍ୟ କୌଣସି ବ୍ୟକ୍ତି ଯଦି ଓଡ଼ିଶାକୁ କାର୍ଯ୍ୟ ଉଦ୍ଦେଶ୍ୟରେ ଆସୁଛନ୍ତି ଏବଂ ତିନି ଦିନ ମଧ୍ୟରେ ଓଡ଼ିଶାରୁ ଫେରିଯିବାକୁ ସ୍ଥିର କରିଛନ୍ତି, ତେବେ ସେ କ୍ୱାରାଂଟାଇନରେ ରହିବା ଆବଶ୍ୟକ ନାହିଁ । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।
ସେହିପରି ସରକାରୀ କର୍ମଚାରୀ, ବୃତ୍ତିଗତ କୁଶଳୀ ବ୍ୟକ୍ତି, ବ୍ୟବସାୟୀ ବା ଅନ୍ୟ ଯେ କୌଣସି ବ୍ୟକ୍ତି ଯଦି ଓଡ଼ିଶାରୁ ବାହାରକୁ କାର୍ଯ୍ୟ ଉଦ୍ଦେଶ୍ୟରେ ଯାଉଛନ୍ତି ଏବଂ ଓଡ଼ିଶାରୁ ଯାତ୍ରା ଆରମ୍ଭ କରିବାର ତିନି ଦିନ ମଧ୍ୟରେ ଓଡ଼ିଶାକୁ ଫେରିବାକୁ ସ୍ଥିର କରିଛନ୍ତି ସେ କ୍ଷେତ୍ରରେ ସେ ଓଡ଼ିଶାରେ ବା ରାଜ୍ୟ ବାହାରେ କ୍ୱାରାଂଟାଇନରେ ରହିବାର ଆବଶ୍ୟକତା ନାହିଁ । ଅନ୍ୟ ଯେକୌଣସି ପ୍ରବାସୀ ଓଡ଼ିଆ, ଯିଏ ଓଡ଼ିଶାକୁ ଫେରୁଛନ୍ତି ସେ ଯଦି ପୂର୍ବରୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ କ୍ୱାରାଂଟାଇନ୍ରେ ରହିଥିବେ ତେବେ ତାଙ୍କୁ କ୍ୱାରାଂଟାଇନରେ ରହିବାକୁ ଆବଶ୍ୟକ ପଡ଼ିବ ନାହିଁ ବୋଲି ଏସଆରସି କହିଛନ୍ତି ।