ଶ୍ୱାସ ଓ ଇନଫ୍ଲୁଏଞ୍ଜାରେ ପୀଡିତ ରୋଗୀଙ୍କ ତଥ୍ୟ ଦେବାକୁ ହସ୍ପିଟାଲ ଗୁଡିକୁ ନିର୍ଦ୍ଦେଶ

ଶ୍ୱାସ ଓ ଇନଫ୍ଲୁଏଞ୍ଜାରେ ପୀଡିତ ରୋଗୀଙ୍କ ତଥ୍ୟ ଦେବାକୁ ହସ୍ପିଟାଲ ଗୁଡିକୁ ନିର୍ଦ୍ଦେଶ

ଓଡିଶା ବଡ ଖବର ମହାନଗର

#ଶ୍ୱାସ_ଓ_ଇନଫ୍ଲୁଏଞ୍ଜାରେ_ପୀଡିତ_ରୋଗୀଙ୍କ_ତଥ୍ୟ_ଲୁଚାଇଲେ_କାର୍ଯ୍ୟାନୁଷ୍ଠାନ        ଭୁୁବନେଶ୍ୱର  : ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଗୁଡିକୁ ସେଠାରେ ଚିକିତ୍ସିତ ହେଉଥିବା ଶ୍ୱାସ କଷ୍ଟ ଓ ଇନଫ୍ଲୁଏଂଜାରେ ପୀଡିତ ସମସ୍ତ ରୋଗୀ ମାନଙ୍କ ତଥ୍ୟ ସଂଗ୍ରହ କରି ଲଗାତାର ଭାବେ ସରକାରଙ୍କୁ ଜଣାଇବାକୁ ପଡିବ । ଏହାକୁ ପାଳନନକଲେ କ୍ଲିନିକାଲ ଏଷ୍ଟାବ୍ଲିସମେଂଟ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିରେ ଖିଲାପ କଲେ ସମ୍ପୃକ୍ତ ହସ୍ପିଟାଲକୁ ସିଜ୍ କରାଯିବ । ଏହା ବ୍ୟତୀତ ହସ୍ପିଟାଲର ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।
ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଏବଂ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ମାଲିକମାନେ ଡାକ୍ତରଖାନାରେ ଜଟିଳ ଶ୍ୱାସକ୍ରିୟାଜନିତ ସଂକ୍ରମଣ ଏବଂ ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତାର ବିବରଣୀ ଜିଲ୍ଲା ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ କକ୍ଷ ଓ ରାଜ୍ୟ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ କକ୍ଷକୁ ନିର୍ଦ୍ଧାରିତ ଫର୍ମାଟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।