କରୋନା ମୁକାବିଲା ପାଇଁ ରିଲିପଂ ପାଣ୍ଠିକୁ ଦାନ

କରୋନା ମୁକାବିଲା ପାଇଁ ରିଲିପଂ ପାଣ୍ଠିକୁ ଦାନ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#କରୋନା_ମୁକାବିଲା_ପାଇଁ_ରିଲିପଂ_ପାଣ୍ଠିକୁ_ଦାନ      ଯାଜପୁର  : ( ବିଶ୍ବଜିତ ରଣା )      କରୋନା ର ମୁକାବିଲା ପାଇଁ ରିଲିପଂ ପାଣ୍ଠିକୁ ଦାନ କରିବାକୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦେଶ ବାସୀଙ୍କୁ ନିବେଦନ କରିଥିଲେ । ଯାଜପୁରରେ ଏଥିପାଇଁ ଜିଲାପାଳଙ୍କ ମାଧ୍ୟମରେ ବିଭିନ୍ନ ସମାଜସେବୀ,ଲୋକପ୍ରତିନିଧି,ସ୍ୱେଚ୍ଛାସେବୀ ମାନେ ରିଲିପଂ ପଂଣ୍ଡକୁ ଦାନ କରୁଛନ୍ତି । ଆଜି ଯାଜପୁର ଜିଲାର ୩୯ ଜଣ ଜିଲାପରିଷଦ ସଭ୍ୟଙ୍କ ପକ୍ଷରୁ ଗୋଟିଏ ମାସର ଦରମା ବାବାଦକୁ ଏକ ଲକ୍ଷ ୧୪ ହଜାର ୬୫୦ ଟଙ୍କା ପ୍ରଦାନ କରାଯାଇଛି । ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଏବଂ ଜିଲାପରିଷଦ ସଦସ୍ୟ ସରୋଜ ମହାପାତ୍ର ଜିଲାପାଳଙ୍କୁ ଏହି ଚେକ୍ ପ୍ରଦାନ କରିଥିଲେ । ସେହିପରି ସୁକିନ୍ଦାର ବିଜେପି ନେତା ପ୍ରଦୀପ ବଳ ସାମନ୍ତ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ୫୦ ହଜାର ଏବଂ ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କଳିଙ୍ଗନଗର ସାରଂଗପୁର ଅଂଚଳର ବ୍ୟବସାୟୀ ଅରୁଣ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଧର୍ମଶାଳା ବ୍ଲକର ସମସ୍ତ ସରପଂଚ,ସମିିତିସଭ୍ୟ ମାନେ ନିଜର ଗୋଟିଏ ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏଥିପାଇଁ ଯାଜପୁର ଜିଲାପାଳ ବଦାନ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି