୧୩୯୫ ନମୂନାରୁ ୨୦ ପଜିଟିଭ୍

୧୩୯୫ ନମୂନାରୁ ୨୦ ପଜିଟିଭ୍

ଓଡିଶା ବଡ ଖବର ମହାନଗର

#୧୩୯୫_ନମୂନାରୁ_୨୦_ପଜିଟିଭ୍     ଭୁୁବନେଶ୍ୱର  :     କରୋନା ସଂକ୍ରମଣ ଆଶଙ୍କାରେ ଓଡିଶାରେ ବର୍ତମାନ ସୁଦ୍ଧା ମୋଟ୍ ୧୩୯୫ ଟି ନମୂନା ଯାଂଚ କରାଯାଇଛି । ସେଥିମଧ୍ୟରୁ ୨୦ ଟି ନମୂନା ପଜିଟିଭ୍ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇସାରିଛନ୍ତି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ପଜିଟିଭ୍ ମାନଙ୍କ ମଧ୍ୟରୁ ତୃତୀୟ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପଂଚମ ବ୍ୟକ୍ତି ଏମସ୍ ରେ ଏବଂ ଅନ୍ୟ ସମସ୍ତ ୧୬ ଜଣ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଭୁବନେଶ୍ୱରରେ ବର୍ତମାନ ସୁଦ୍ଧା ୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୩ ଜଣ ଏବଂ କଟକ , ପୁରୀ ଓ ଯାଜପୁରରେ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେ କହିଛନ୍ତି ଯେ ୪ ର୍ଥ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ୪୨ ଜଣ ବ୍ୟକ୍ତି ଆସିଥିଲେ । ସେହିପରି ପଂଚମ ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୭ ଜଣଙ୍କୁ ଚିହ୍ନଟ କରାଯାଇଥିବା ସେମାନଙ୍କ ଭିତରୁ ୭ ଜଣ ପଜିଟିଭ୍ ରହିଛନ୍ତି । ଅନ୍ୟ ପଜିଟିଭ୍ ମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କର ଅନୁସନ୍ଧାନ ଜାରୀ ରହିଛି । ସନ୍ଦିଗ୍ଧ ଥିବା ୯୧ ଜଣଙ୍କୁ ପୃଥକବାସରେ ରଖାଯାଇଛି ।