କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା ୪୪ ତମ କରୋନା ଆକ୍ରାନ୍ତ

ଆପୋଲୋରେ ଚିକିତ୍ସିତ ହେଉଥିଲେ ୪୪ ତମ କରୋନା ଆକ୍ରାନ୍ତ

ଓଡିଶା ମହାନଗର

#ଆପୋଲୋରେ_ଚିକିତ୍ସିତ_ହେଉଥିଲେ_୪୪_ତମ_କରୋନା_ଆକ୍ରାନ୍ତ           ଭୁବନେଶ୍ୱର : ଗୁରୁବାର ଚିହ୍ନଟ ହୋଇଥିବା ୨ ଜଣ କରୋନା ପଜିଟିଭ୍ ଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ଆସିଥିବା ୪୪ ତମ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତ ୬୯ ବର୍ଷୀୟ ବ୍ୟକ୍ତି ଜଣକ ମେଦିନିପୁର ଅଂଚଳରୁ ଏକ ଆମ୍ବୁଲାନ୍ସରେ ଗତ ୭ ତାରିଖରେ ଓଡ଼ିଶା ଆସିଥିଲେ । ତେବେ ରାସ୍ତାରେ ବାଲେଶ୍ୱର ବାଇପାସ୍ ରେ ଥିବା ·’ ଷ୍ଟଲରେ ସେ ଅଟକିଥିଲେ । ୮ ତାରିଖ ସକାଳେ ସେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତି ହୋଇଥିଲେ । ୯ ତାରିଖରେ ତାଙ୍କୁ କିମ୍ସ କୋଭିଡ଼-୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ସୂଚନା ଦିଆଯାଇଛି ।