୧୧ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ : ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୨ ଡିଗ୍ରୀ

ଜଳୁଛି ପଶ୍ଚିମ ଓଡ଼ିଶା, ଟିଟିଲାଗଡରେ ୪୫.୮ଡିଗ୍ରୀ

ଓଡିଶା ବଡ ଖବର

ଜଳୁଛି ପଶ୍ଚିମ ଓଡ଼ିଶା, ଟିଟିଲାଗଡ ୪୫.୮ଡିଗ୍ରୀ         ଭୁବନେଶ୍ୱର :  ବଢୁଛି ତାତି । ରବିବାର ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ଠାରେ ସର୍ବାଧିକ ୪୫.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା ବେଳେ ୧୪ଟି ସହରରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ୱ ତାପମାତ୍ରା ରେକର୍ଡ କରାଯାଇଛି । ତାଳଚେରରେ ୪୪.୩, ଭବାନୀ ପାଟଣା, ବଲାଙ୍ଗୀରରେ ୪୪ ଡିଗ୍ରୀ ସେଲସିୟସ, ମାଲକାନଗିରିରେ ୪୩.୧, ସୋନପୁରରେ ୪୩ ଡିଗ୍ରୀ, ଅନୁଗୋଳରେ ୪୨.୫, ସମ୍ବଲପୁରେ ୪୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପପରି ପାରଳାଖେମୁଣ୍ଡିର ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ଥିବା ବେଳେ ହୀରାକୁଦରେ ୪୧.୯, ଫୁଲବାଣୀ, ବୌଦ୍ଦରେ ୪୧.୮, ଝାରସୁଗୁଡ଼ାରେ ୪୧.୬, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରହିଛି । ଏହା ବ୍ୟତୀତ ଦାରିଙ୍ଗିବାଡ଼ିର ତାପମାତ୍ରା ୩୮ ଡିଗ୍ରୀ ଥିବା ବେଳେ ନୟାଗଡ଼ରେ ୩୭.୫, କେଉଁଝର ଗଡ଼ରେ ୩୬.୬, ବାରିପଦାରେ ୩୬.୫, କୋରାପୁଟ, ରାୟଗଡ଼ାରେ ୩୬ ଡିଗ୍ରୀ ସେଲସିୟସ, ବାଲେଶ୍ୱର ୩୫.୫, ଚାନ୍ଦବାଲି ୩୫.୩, କଟକରେ ୩୫ ଡିଗ୍ରୀ ସେଲସିୟର ତାପମାତ୍ରା ରହିଛି । ରାଜଧାନୀ ଭୁବନେଶ୍ୱରରେ ୩୪.୭, ଛତ୍ରପୁରରେ ୩୪.୨, ପୁରୀରେ ୩୩, ଗୋପାଳପୁରରେ ୩୨.୯ ଓ ପାରାଦ୍ୱୀପରେ ୩୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା । କୁହାଯାଇଛି ଯେ, ଦକ୍ଷିଣ ଆଭ୍ୟନ୍ତରୀଣ ଅଂଳଚରେ ଅଧିକ ଗରମ ଅନୁଭୂତ ହେବ । ଏହା ୫ ଦିନ ଧରି ଜାରି ରହିବ ।