ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କାଟଙ୍କା ଫେରିଲା 

ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ଫେରିଲା

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ୟେସ୍_ବ୍ୟାଙ୍କରେ_ଥିବା_ମହାପ୍ରଭୁଙ୍କ_ଟଙ୍କା_ଫେରିଲା      ପୁରୀ : ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ମଧ୍ୟରୁ ୩୮୯ କୋଟି ଟଙ୍କା ଓ ଏହା ବାବଦରେ ସୁଦ୍ଧ ୮ କୋଟି ୨୩ ଲକ୍ଷ ୨୭ହଜାର ୬୩୬ ଟଙ୍କା ଗୁରୁବାର ଦିନ ଏସବିଆଇର ପୁରୀ ମୁଖ୍ୟ ଶାଖାକୁ ଫେରି ଆସିଛି । ୟେସ ବ୍ୟାଙ୍କ ପକ୍ଷରୁ
ଗୁରୁବାର ଦିନ ୩୯୭ କୋଟି ( ୩୮୯ କୋଟି ଟଙ୍କା ମୂଳଧନ ଓ ୮ କୋଟି ୨୩ ଲକ୍ଷ ୨୭ହଜାର ୬୩୬ ଟଙ୍କା ସୁଧ) ଇ -ଟ୍ରାନସଫର ଜରିଆରେ ଏସବିଆଇର ମୁଖ୍ୟ ଶାଖାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର କର୍ପସ ଫଣ୍ଡକୁ ପଠାଇ ଦିଆ ଯାଇଛି । ୟେସ ବ୍ୟାଙ୍କର ଉପାଧ୍ୟକ୍ଷ ଜୟଦେବ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କିଶନ କୁମାରଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେହିପରି ବଳକା ୧୫୬ କୋଟି ଟଙ୍କାର ଫିକ୍ସଡ ଜମା ଆଗାମୀ ୩୦ ତାରିଖ ଦିନ ମାଚ୍ୟୁରିଟି ଲାଭ କରୁଥିବାରୁ ସେହି ଦିନ ଏହି ଅର୍ଥ ସୁଧ ସହିତ ଏହି ବ୍ୟାଙ୍କ ଖାତାକୁ ଫେରାଇ ଦିଆ ଯିବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।
ଉଲ୍ଲେଖନୀୟ ଯେ ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ଫେରି ଆସିବ ବୋଲି ବୁଧବାର ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।