ଆଜିଠୁ ମନ୍ଦିର ,ମସଜିଦ୍ ବନ୍ଦ

ଆଜିଠୁ ମନ୍ଦିର ,ମସଜିଦ୍ ବନ୍ଦ

ଓଡିଶା ବଡ ଖବର

#ଆଜିଠୁ_ମନ୍ଦିର_ମସଜିଦ୍_ବନ୍ଦ   ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶକୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ବାରଣ କରାଯାଇଛି । ରାଜ୍ୟ ସରକାର ସବୁଦୃଷ୍ଟିରୁ ବିଚାର କରି ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମଧ୍ୟ ସେହିଭଳି ମାର୍ଗଦର୍ଶିକା ବଳବତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ୍, ମନ୍ଦିର, ମସଜିଦ୍, ଗୀର୍ଜା ଓ ଗୁରୁଦ୍ୱାରଗୁଡ଼ିକ ୨୦ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛି ବୋଲି କୋଭିଡ୍ -୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତୋ ବାଗଚୀ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେବେ ଏହି ସମୟରେ ଧାର୍ମିକ ରୀତିନୀତି ବିନା ପ୍ରତିବନ୍ଧକରେ ଚାଲୁରହିବ । ସେ କହିଛନ୍ତି ଯେ ଆସନ୍ତାକାଲି ଠାରୁ କୌଣସି ଶ୍ରଦ୍ଧାଳୁ କୌଣସି ମନ୍ଦିର, ମସଜିଦ୍, ଗୀର୍ଜାକୁ ଯାଇ ପାରିବେନାହିଁ । ତେବେ ଧର୍ମୀୟ ଅନୁଷ୍ଠାନ ଗୁଡିକରେ ସମସ୍ତ ନୀତିକାନ୍ତି ଚାଲୁ ରହିବ । ପୂଜାରୀଙ୍କ ଦ୍ୱାରା ନୀତିକାନ୍ତି ସମ୍ପନ୍ନ ହେବ । ମାତ୍ର କୌଣସି ଦର୍ଶନାର୍ଥୀ ପ୍ରବେଶ କରିପାରିବେ ନାହିଁ ।