ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନ ବିଚାରପତି

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନ ବିଚାରପତି

ଦେଶ -ବିଦେଶ ବଡ ଖବର

#ରାଜ୍ୟସଭା_ସାଂସଦ_ଭାବେ_ଶପଥ_ନେଲେ_ପୂର୍ବତନ_ପ୍ରଧାନ_ବିଚାରପତି    ମୁମ୍ବାଇ : ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଗୁରୁବାର ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ସମୟରେ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ । ବିରୋଧୀଙ୍କ ଏହି ଆଚରଣକୁ ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ରାଜ୍ୟସଭାରେ ଉପସ୍ଥିତ ଥିବା ଆଇନ ମନ୍ତ୍ରୀ ପ୍ରସାଦ କହିଛନ୍ତି ଯେ, ଅନେକ ଗଣମାନ୍ୟ ବିଚାରପତି ଏହି ଗୃହର ଶୋଭା ବଢାଇଛନ୍ତି । ମାତ୍ର ବିରୋଧୀଙ୍କ ଏହି ପରି ବିରୋଧ ଲଜ୍ଜାଜନକ  ।
ହଟ୍ଟଗୋଳ ସମୟରେ ରାଜ୍ୟସଭା ସଭାପତି ଏମ ଭେଙ୍କେୟା ନାଇଡୁ କହିଛନ୍ତି ଯେ, ସମସ୍ତଙ୍କର ନିଜ ନିଜର ରାୟ ରହିଛି, ମାତ୍ର ଗୃହରେ ରାଷ୍ଟ୍ରପତିଙ୍କ ନିଷ୍ପତିକୁ ଏହି ପରି ବିରୋଧ କରିବା ଗ୍ରହଣୀୟ ନୁହଁ ।
ଉଲ୍ଲେଖନୀୟ, ରଞ୍ଜନ ଗୋଗୋଇ ହେଉଛନ୍ତି ଦେଶର ୪୬ତମ ପ୍ରଧାନ ବିଚାରପତି । ସେ ୨୦୧୮ ଅକ୍ଟୋବର ୩ରୁ ୨୦୧୯ ନଭେମ୍ବର ୧୭ ପର୍ଯ୍ୟନ୍ତ ଏହି ପଦଭାର ସମ୍ଭାଳିଥିଲେ । ୧୯୫୪ ନଭେମ୍ବର ୧୮ରେ ଆସାମରେ ଜନ୍ମିତ ଗୋଗୋଇ ଡିବ୍ରୁଗଢର ଡନ ବୋସ୍କୋ ଓ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ସେଂଟ ଷ୍ଟିଫେନ୍ସ କଲେଜରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ତାଙ୍କର ପିତା କେଶବ ଚନ୍ଦ୍ର ଗୋଗୋଇ ଆସାମର ମୁଖ୍ୟମନ୍ତ୍ରୀ ଥିଲେ । ଜଷ୍ଟିସ ରଞ୍ଜନ ଗୋଗୋଇ ୧୯୭୮ରେ ଓକିଲାତି ଲାଗି ନିଜର ନାମ ପଞ୍ଜୀକରଣ କରିଥିଲେ । ୨୦୦୧ ଫେବୃଆରୀ ୨୮ରେ ଗୋଗୋଇଙ୍କୁ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ଜଷ୍ଟିସ ରଞ୍ଜନ ଗୋଗୋଇ ୨୦୧୨ ଏପ୍ରିଲ ୨୩ରେସୁପ୍ରିମକୋର୍ଟର ନ୍ୟାୟାଧିଶ ହୋଇଥିଲେ ।