ମାପ ଓ ଓଜନ ବିଭାଗ ପକ୍ଷରୁ ରାୟଗଡା ମାଛ ଓ ମାଂସ ଦୋକାନ ଚଢାଉ

ମାପ ଓ ଓଜନ ବିଭାଗ ପକ୍ଷରୁ ରାୟଗଡା ମାଛ ଓ ମାଂସ ଦୋକାନ ଚଢାଉ

ଓଡିଶା ଜିଲ୍ଲା ରାୟଗଡା

#୨୦_ଠକ_ବ୍ୟବସାୟୀଙ୍କ_ଠାରୁ_୧୬୫୦୦_ଫାଇନ_ଜବତ                     ରାୟଗଡା  :    ରାୟଗଡା ଜିଲ୍ଲା ରେ ଦୀର୍ଘ ଦିନ ଧରି ମାଛ ଓ ମାଂସ ବ୍ୟବସାୟୀ ମାନେ ଓଜନରେ ଗ୍ରାହକଙ୍କ ଠାରୁ ଠକୁ ଥୁବା ଓ ଜ଼ିଲ୍ଲା ବାସୀ ଠକାମୀର ଶିକାର ହେଉଥିବା ଓ ଏନେଇ ଅନେକ ଥର ଅଭିଯୋଗ ହୋଇ ଥିବା ଶୁଣିବାକୁ ମିଳିଛି। ବୁଧବାର ସକାଳୁ ମାପ ଓଜନ ବିଭାଗ ଓ ଯୋଗାଣ ବିଭାଗ ର ମିଳିତ ଉଦ୍ୟମରେ  ଜି ସି ଡି ପଡିଆ ରେ ଖୋଲିଥିବା ମାଛ ମାଂସ ଦୋକାନ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ରେ ୨୦ ବ୍ୟବସସାୟି ଓଜନ ରେ ଠକୁ ଥିବା  ଧରା ପଡିଛନ୍ତି। ଏହି ୨୦ ଜଣ ବ୍ୟବସାୟୀ ଙ୍କ ନାମରେ କେସ ରୁଜୁ ହେବା ସହ ୧୬୫୦୦ ଟଙ୍କା ଜରିମାନା ଆଦାୟ କରିଥିବା ମାପ ଓଜନ ନିରୀକ୍ଷକ  ଚୋଳ ବଙ୍ଗ କିଷାନ ପ୍ରକାଶ କରିଛନ୍ତି। ଏହି ଚଢ଼ାଉ ରେ ଏସିଏସୋ ବିଶ୍ୱନାଥ ସେନାପତି ଓ ଯୋଗାଣ ନିରୀକ୍ଷକ ମାନସ ରଥ ଓ ତହସିଲଦାର ଙ୍କ ଉପସ୍ଥିତ ରେ ଚଢ଼ାଉ ହୋଇଥିଲା। ମାପ ଓ ଓଜନ ନିରୀକ୍ଷକ ଶ୍ରୀ କିଷାନ କହିଛନ୍ତି ଏପରି ଆଗାମୀ ଦିନରେ ଚଢ଼ାଉ କାର୍ଯ୍ୟ ଜାରି ରହିବ ।