ଯାଜପୁର ବାଳାଶ୍ରମ ପଡିଆ ରେ ପରିବା ଓ ମାଛ ମାର୍କେଟ ହେଲା: ଜିଲ୍ଲାପାଳଙ୍କ ତାଗିତ

ଯାଜପୁର ବାଳାଶ୍ରମ ପଡିଆ ରେ ପରିବା ଓ ମାଛ ମାର୍କେଟ ହେଲା: ଜିଲ୍ଲାପାଳଙ୍କ ତାଗିତ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର ରାଜ୍ୟ
#ଯାଜପୁର_ବାଳାଶ୍ରମ_ପଡିଆରେ_ପରିବା_ଓ_ମାଛ_ମାର୍କେଟ_ହେଲା      ଯାଜପୁର  : ( ବିଶ୍ବଜିତ ରଣା ) ଯାଜପୁର ଟାଉନ ର ଆର ଏମ୍ ସି ଓ ମୋଟରଙ୍ଗାପାଳ ହାଟ କୁ ବାଳାଶ୍ରମ ପଡିଆ କୁ କରୋନା ନିମନ୍ତେ ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ଉଠାଇ ନିଆଯାଇଛି। ଯାହା ଫଳରେ   ଗ୍ରାହକ ମାନେ ସାମାଜିକ ଦୂରତାକୁ ବଜାୟ ରଖି ସେମାନଙ୍କର ଦରକାରୀ ସାମଗ୍ରୀ ନେଇ ପାରିବେ ବୋଲି  ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।
ଏହି ବାଳାଶ୍ରମ ପଡିଆ କୁ ମାଛ ଓ ପନିପରିବା ମାର୍କେଟ ଉଠାଇ ନେବାପାଇଁ ମାଇକ୍ ମାଧ୍ୟମରେ,ନୋଟିସ୍ ମାଧ୍ୟମରେ ବେପାରୀ ଓ ଗ୍ରାହକ ମାନଙ୍କୁ ଅବଗତ କରାଯାଇଥିଲା  ଶୁକ୍ରବାର ସକାଳ 5ଟା 30ମିନିଟ୍ ରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଅନୁଧ୍ୟାନ କରିବା ସହ ଦୋକାନ ଆଗରେ ପଡି ଥିବା ଚିହ୍ନିତ ସ୍ଥାନ ରେ ଠିଆ ହୋଇ ମାଛ ଓ ପନିପରିବା ନେବାକୁ ସଚେତନ କରିବା ସହ ଭୁଲ କରୁଥିବା ଗ୍ରାହକ ଓ ବେପାରୀ ମାନଙ୍କୁ ତାଗିତ କରିଥିଲେ।ଏହି ବ୍ୟବସ୍ଥା ରେ ସାଧାରଣ ଲୋକ ମାନେ ସନ୍ତୋଷ ପ୍ରକାଶ କରିବା ସହ ସାମାଜିକ ଦୂରତା ପାଇଁ  ପ୍ରଶାସନର ଏହା ଏକ ଚମତ୍କାର ପଦକ୍ଷେପ ବୋଲି ମତ ଦେଇଛନ୍ତି।ଏହି କାର୍ଯ୍ୟ ରେ ପ୍ରକଳ୍ପ ନିର୍ଦ୍ଦେଶକ ଇଂଦ୍ରମଣି ନାୟକ,ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଧଳ,ଥାନା ଆଇ ଆଇ ସି ଆଶିଷ କୁମାର ସାହୁ, ପୌରନିରବାହି ଅଧିକାରୀ ଅଜୟ ମହାନ୍ତି, ଓ ଏସ୍ ଡି ସୁଦର୍ଶନ ମିଶ୍ର, ଡି  ଆଇ ପି ଆର୍ ଓ  ସନ୍ତୋଷ କୁମାର ସେଠୀ,ଆର୍ ଏମ୍ ସି ସମ୍ପାଦକ ରମେଶ ଚନ୍ଦ୍ର ସାଇଁ,ସାମ୍ବାଦିକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।