ନିରାଡମ୍ବରରେ ସଂପନ୍ନ ହେଲା ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ

ନିରାଡମ୍ବରରେ ସଂପନ୍ନ ହେଲା ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ନିରାଡମ୍ବରରେ_ସଂପନ୍ନ_ହେଲା_ପ୍ରଭୁ_ଶ୍ରୀବାଲୁଙ୍କେଶ୍ୱର_ଦେବଙ୍କ_ବିବାହ_ଉତ୍ସବ               ପିପିଲି :  ( ବିଜୟ କୁମାର ମହାପାତ୍ର ) ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ କେବଳ ନୀତିକାନ୍ତି ସହ ଅତି ନିରାଡମ୍ବର ପୂର୍ଣ୍ଣ ଭାବରେ ବୁଧବାର ସଂପନ୍ନ ହୋଇଛି । ପ୍ରତ୍ୟୁଷରୁ ଠାକୁରଙ୍କ ମନ୍ଦିରରେ ସମସ୍ତ ପ୍ରକାର ଦେବନୀତି ସଂପନ୍ନ ହୋଇଥିଲା । ପୂର୍ବାହ୍ନ ୮ଟାରେ ଖଣ୍ଡିଆଗିରି ସ୍ଥିତ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ପୀଠରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଉପସ୍ଥିତିରେ ବିଧି ମୁତାବକ ସଂପନ୍ନ ହେବା ପରେ ପୂର୍ବାହ୍ନ ୧୦ଟାରେ ମା\’ପଢେଇଶୁଣି ଠାକୁରାଣୀଙ୍କ ପୀଠରେ ଦିଅଁ ମଙ୍ଗୁଳା କାର୍ଯ୍ୟ ସଂପନ୍ନ ହୋଇଥିଲା । ଅପରାହ୍ନରେ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ନିରାଡମ୍ବରରେ ସଂପନ୍ନ ହୋଇଥିଲା ।

ମହାମାରୀ କରୋନା ପାଇଁ ସମାଜିକ ଦୂରତ୍ୱ ପାଳନ ପୂର୍ବକ ବାବା ବାଲୁଙ୍କେଶ୍ୱର ଦେବ ପୂଜା କମିଟିର ସ୍ୱଳ୍ପ ସଂଖ୍ୟକ ସଭ୍ୟଙ୍କ ଉପସ୍ଥିତିରେ ଅତି ନିରାଡମ୍ବର ଭାବେ ଏହି ବିବାହ କାର୍ଯ୍ୟ ସଂପନ୍ନ କରାଯାଇଥିଲା । ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ରାଜଲକ୍ଷ୍ମୀ ପଣ୍ଡା କନ୍ୟା ପକ୍ଷର ପିତାମାତା ଓ ସମାଜସେବୀ ଶରତ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ସୁକାନ୍ତି ପାଣିଗ୍ରାହୀ ବରପକ୍ଷର ପିତାମାତା ଭାବେ ଦାୟିତ୍ୱ ତୁଳାଇଥିଲେ । ବାଲୁଙ୍କେଶ୍ୱର ଦେବ ପୂଜା କମିଟିର ଆଡ୍‌ଭୋକେଟ ସୁଧିର କୁମାର ମହାନ୍ତି, ବିଭୂ ପ୍ରସାଦ ବୈରିଗଞ୍ଜନ, ପ୍ରଭାକର ପଣ୍ଡା, ସୁରେଶ ମହାରଣା, ସୁଶାନ୍ତ କୁମାର ସାହୁ, ଶିକ୍ଷାବିତ ଅର୍ଜ୍ଜୁନ କୁମାର ଘଡେଇ, ଅକ୍ଷୟ କୁମାର ଦିକ୍ଷିତ, ପଣ୍ଡିତ ନାରାୟଣ ମିଶ୍ର, ସନ୍ଦୀପ ଦିକ୍ଷିତ, ସମୀର ରଞ୍ଜନ ଦାଶ, ସୁରେଶ କୁମାର ରଥ,ରାଜକିଶୋର ସାହୁ, ସୀତାନାଥ ମହାନ୍ତି ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।