ଗୃହାବଦ୍ଧରେ ରହିଲେ ସାଂସଦ ସପ୍ତଗିରି

ଗୃହାବଦ୍ଧରେ ରହିଲେ ସାଂସଦ ସପ୍ତଗିରି

ଓଡିଶା ଜିଲ୍ଲା ରାୟଗଡା

#ଗୃହାବଦ୍ଧରେ_ରହିଲେ_ସାଂସଦ_ସପ୍ତଗିରି     ରାୟଗଡ଼ା: ଦିଲ୍ଲୀରୁ ଫେରିବା ପରେ ୧୪ ଦିନ ଗୃହାବଦ୍ଧରେ ରହିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ସ୍ବାସ୍ଥ୍ୟ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚି ଥର୍ମାଲ୍ ସ୍କ୍ରିନିଂ କରିବା ସହ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ପୌର ପରିଷଦ ପକ୍ଷରୁ ସାଂସଦଙ୍କ ଗୃହ ସମ୍ମୁଖରେ ହୋମ୍ କ୍ୱାରେଣ୍ଟାଇନ୍‌ ସୂଚନା ଫଳକ ଲଗାଯାଇଛି। ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ସାଂସଦ ଗୃହାବଦ୍ଧରେ ରହିବା ନେଇ ସୂଚନା ଫଳକରେ ଉଲ୍ଲେଖ ରହିଛି।ଲକଡାଉନ୍ ଯୋଗୁ ସଂସଦର ଗ୍ରୀଷ୍ମକାଳୀନ ଅଧିବେଶନ ସାରି ରାୟଗଡ଼ା ଫେରି ପାରିନଥିଲେ ସାଂସଦ। ମାର୍ଚ୍ଚ ୨୨ ତାରିଖରେ କେନ୍ଦ୍ର ସରକାର ଲକଡାଉନ୍ ଘୋଷଣା କରିବା ପରେ ବିମାନ, ରେଳ, ବସ ଚଳାଚଳ ବନ୍ଦ ଯୋଗୁ ସାଂସଦ ଶ୍ରୀ ଉଲାକା ଦିଲ୍ଲୀରେ ଫସି ରହିଥିଲେ। ଦିଲ୍ଲୀରେ ରହି କୋରାପୁଟ ସଂସଦୀୟ କ୍ଷେତ୍ର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଶ୍ରମିକଙ୍କୁ ସହାୟତା କ୍ଷେତ୍ରରେ ସାଂସଦ ଉଲ୍ଲେଖୀନୟ ପଦକ୍ଷେପ ନେଇଛନ୍ତି। ବହୁ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇବା ସହିତ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକଙ୍କ ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇଛନ୍ତି।

ଲକଡାଉନ୍ କୋହଳ ପରେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବା ପରେ ସଡ଼କ ପଥରେ ଆସି ରାୟଗଡ଼ାରେ ପହଞ୍ଚିଛନ୍ତି ସାଂସଦ। ମୋଦି ସରକାରଙ୍କ ତରବରିଆ ଲକଡାଉନ୍ ନିଷ୍ପତ୍ତିକୁ ସାଂସଦ ସମାଲୋଚନା କରିଛନ୍ତି। ଜରୁରିକାଳୀନ ଭାବେ ଲକଡାଉନ୍ ଘୋଷଣା କରିବା ଯୋଗୁ ଲକ୍ଷ ଲକ୍ଷ ଶ୍ରମିକ ଭିଟାମାଟିକୁ ଫେରିବା ପାଇଁ ସଂଘର୍ଷ କରିବା ସହିତ ଭୋକ, ଉପାସରେ କିଛି ରାସ୍ତାରେ ପ୍ରାଣ ହରାଇଛନ୍ତି। ଏ ନେଇ ଆଗାମି ଦିନରେ ସୋସିଆଲ୍ ମିଡ଼ିଆରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛନ୍ତି ସାଂସଦ।