କେନ୍ଦ୍ରାପଡା ଡାକ୍ତରଖାନାରେ ଶିଶୁ ରୋଗୀ ମାନଙ୍କ ଦୟନୀୟ ଅବସ୍ଥା

କେନ୍ଦ୍ରାପଡା ଡାକ୍ତରଖାନାରେ ଶିଶୁ ରୋଗୀ ମାନଙ୍କ ଦୟନୀୟ ଅବସ୍ଥା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

 #ଶିଶୁ_ରୋଗୀ_ମାନଙ୍କ_ଦୟନୀୟ_ଅବସ୍ଥା              କେନ୍ଦ୍ରାପଡା    : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଅସୁଥିବା ଶିଶୁ ରୋଗୀମାନେ ଅକଥନୀୟ ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଳୁଛି । ଦୈନିକ ନିଜର ପୀଡିତ ଶିଶୁଙ୍କୁ ନେଇ ଡାକ୍ତରଖାନାକୁ ଆସୁଥିବା ମା ମାନେ ୪ଘଣ୍ଟା ଭିତରେ ପିଲାମାନଙ୍କୁ ଡାକ୍ତରଙ୍କୁ ଦେଖାଇ ନପାରି ଖରାରେ ସିଜୁଥିବା ଦେଖିବାକୁ ମିଳିଛି । ଦୈନିକ ଶହ ଶହ ଶିଶୁ ରୋଗୀ କେନ୍ଦ୍ରାପଡା ମେଡିକାଲକୁ ଆସୁଥିବା ବେଳେ ସକାଳ ୮ଟାରୁ ୧୨ଟା ମଧ୍ୟରେ ଶିଶୁ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପାରୁ ନାହିଁ । ବର୍ହି ବିଭାଗରେ ଜଣେ ଶିଶୁ ରୋଗୀ ବିଶେଷଜ୍ଞ ୪୦ ରୁ ୫୦ ଶିଶୁଙ୍କୁ ଦେଖୁଥିବା ବେଳେ ଦୈନିକ ଆସୁଥିବା ଶତାଧିକ ରୋଗୀ ମାନେ ଏହାର ସୁଯୋଗ ନନେଇ ଖରାରେ ଛିଡାହୋଇ ନିରାଶ ହୋଇ ଫେରୁଛନ୍ତି । ୧୨ଟା ବାଜିବା ମାତ୍ରେ ଶିଶୁ ବିଶେଷଜ୍ଞ ଡାକ୍ତରଖାନା ଛାଡି ବସାକୁ ପଳାଇ ଯାଇ ଫିସ ନେଇ ରୋଗୀ ମାନଙ୍କୁ ଦେଖୁଥିବା ଅଭିଯୋଗ ହେଉଛି । ଘରେ ଦେଖିବା ପାଇଁ ପ୍ରତି ଶିଶୁ ରୋଗୀ ଠାରୁ ୨୦୦ ଟଙ୍କା କରି ଫିସ୍ ଆଦାୟ କରା ଯାଉଥିବା ଶିଶୁଙ୍କ ସଂପର୍କୀୟ ମାନେ ସୂଚନା ଦେଇଛନ୍ତି । ତେବେ ରୋଗୀ ଦେଖିବା ଅବଧି ବୃଦ୍ଧି କରିବା ସହିତ ଅଧିକ ଡାକ୍ତରଙ୍କୁ ବର୍ହି ବିଭାଗରେ ଦାୟିତ୍ୱ ଦେବାପାଇଁ ସାଧାରଣରେ ଦାବି ହୋଇଛି ।