ଚିକିଟିରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କରୋନା ଲଢ଼େଇ

ଚିକିଟିରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କରୋନା ଲଢ଼େଇ

ଓଡିଶା ଗଞ୍ଜାମ ଜିଲ୍ଲା

#ଚିକିଟିରେ_ଯୁଦ୍ଧକାଳୀନ_ଭିତ୍ତିରେ_ଚାଲିଛି_କରୋନା_ଲଢ଼େଇ                      ବ୍ରହ୍ମପୁର  : କରୋନାରେ ବର୍ତ୍ତମାନ ସମଗ୍ର ରାଜ୍ୟରେ ଗଂଜାମ ଏକ ନମ୍ବର ସଂକ୍ରମିତ ଜିଲ୍ଲା ହୋଇଥିବା ବେଳେ ଚିକିଟି ନିର୍ବାଚନ ମଣ୍ଡଳୀର ଚିକିଟି ଓ ପାତ୍ରପୁର ବ୍ଲକ୍ ଦ୍ୱୟ ରାଜ୍ୟର ସୀମାନ୍ତ ଅଞ୍ଚଳ ହୋଇଥିବା ହେତୁ ଏଥି ପାଇଁ ସ୍ଥାନୀୟ ପ୍ରଶାସନକୁ ଅଧିକ ଚ୍ୟାଲେଞ୍ଜ୍ର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରତ୍ୟେହ ଏହି ଅଞ୍ଚଳ ଦେଇ ରାଜ୍ୟ ମଧ୍ୟକୁ ଅନେକ ଶ୍ରମିକ ତଥା ବାହାର ରାଜ୍ୟର ଲୋକେ ପଶୁଛନ୍ତି । ଏମାନଙ୍କୁ ସଠିକ୍ ଭାବେ ପଞ୍ଜିକରଣ କରିବା ସହ ସେମାନଙ୍କୁ ଉଚିତ୍ ସେବା ଯୋଗାଇବା ପ୍ରଶାସନ ଅଗ୍ରାଧିକାର ଦିଆଯାଇଛି । ଚିକିଟି ବ୍ଲକ୍ରେ ସମୁଦାୟ ୮୭ ଟି ସଂଘରୋଧ କେନ୍ଦ୍ର ଥିବା ବେଳେ ସବୁ କେନ୍ଦ୍ରରେ ପାଇଖାନା ଓ ଜଳ ଯୋଗାଣ ସଠିକ୍ ଭାବେ କାର୍ଯ୍ୟ ଚାଲିଛି । ତେବେ ବ୍ଲକ୍ର ୪ଟି ପଞ୍ଚାୟତ ଯଥା- ଏକ୍ସସିଙ୍ଗ୍, ସୁନାପୁର, ତତୁରୁ, ଝାଟିପଦର ସମୁଦ୍ର କୂଳକୁ ଲାଗିଥିବାରୁ ଏଠାକାର ଜଳ ଲବଣଯୁକ୍ତ ତେଣୁ ପ୍ରଶାସନ ଉକ୍ତ ଅଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ଭାବେ ଟ୍ୟାଙ୍କର ଯୋଗେ ଜଳ ଯୋଗାଉଥିବା କଥା ସୂଚନା ଦେଇଛନ୍ତି ଚିକିଟି ବ୍ଲକ୍ ବିଡ଼ିଓ ଫାଲ୍ଗୁନି ମାଝି । ବର୍ତ୍ତମାନ ଯାଏଁ ସଂଘରୋଧ କେନ୍ଦ୍ରରୁ ସମୟ ଆବଧି ଶେଷ କରି ୨୪ ତାରିଖରେ ୩୪୬ ଜଣ, ୨୫ ତାରିଖରେ ୯୭୭ ଜଣ, ୨୬ ତାରିଖରେ ୧୪୭ ଜଣ ଓ ୨୭ ତାରିଖରେ ୧୧୬ ଜଣ ଘରକୁ ଫେରିଛନ୍ତି । ଅନ୍ୟ ପକ୍ଷରେ ୧୭୩ ଜଣଙ୍କୁ କୋଭିଡ଼ି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ମାଝି ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳ ପୋଖରୀରେ ନଗାଧେଇବା ପାଇଁ ପ୍ରଶାସନ ପକ୍ଷରୁ ଜନସଚେତନତା କରାଯିବା ସହ ପୋଖରୀକୁ ବ୍ୟାରିକେଟ୍ କରାଯାଇଛି । କିଛି ଜାଗାରେ ଯଦିଓ ନୀୟମ ଉଲଘଂନ କରିବାର ଖବର ଆସୁଛି ସଙ୍ଗେ ସଙ୍ଗେ ପ୍ରଶାସନ ପଦକ୍ଷେପ ନେଉଛି ।