ଡାକଘର ସହାୟତା ପାଣ୍ଠି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ଡାକଘର ସହାୟତା ପାଣ୍ଠି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ଓଡିଶା

#ଡାକଘର_ସହାୟତା_ପାଣ୍ଠି_ତରଫରୁ_ଶୁଖିଲା_ଖାଦ୍ୟ_ବଣ୍ଟନ        କେନ୍ଦ୍ରାପଡା    :  କରୋନା କଟକଣାରେ ଅସୁବିଧାରେ ଥିବା ଗରିବ , ଅସହାୟ, ବୃଦ୍ଧ , ବୃଦ୍ଧା ଙ୍କୁ ସହାୟତାର ହାତ ବଢାଇଛି ପୋଷ୍ଟାଲ ୱେଲଫେୟାରକମିଟି । କେନ୍ଦ୍ରାପଡା ମୁଖ୍ୟ ଡାକଘର କର୍ମଚାରୀଙ୍କ ପୋଷ୍ଟାଲ ୱେଲଫେୟାର କମିଟି ପକ୍ଷରୁ ଶୁଖିଲା ଖାଦ୍ୟ ଓ ସାନିଟାଇଜର ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବ୍ଲକ ଅଧିନ କୋର ପଂଚାୟତର କୋର ଗ୍ରାମରେ କମିଟି ପକ୍ଷରୁ ହାତ ଧୋଇବା ସାବୁନ, ଅଟା,
ବିସ୍କୁଟ୍, କେକ୍, ପାଇଁରୁଟି ପ୍ରଭୃତି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଥିଲା । ଏହା ସହ ଆକାଉଣ୍ଟ ଧାରୀ ମାନଙ୍କ ପାସ୍ ବହିରେ ବାର୍ଦ୍ଧକ୍ୟ ଭତା, ଭିନ୍ନକ୍ଷମ ଭତା ପ୍ରଭୃତି ବାବଦ ଅର୍ଥ ଭରଣା କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏହି କାର୍ଯ୍ୟକ୍ରମରେ ସହକାରୀ ସୁପରିଟେଣ୍ଡଣ୍ଟ ଦେବାଶିଷ ଶତପଥୀ, ପୋଷ୍ଟ ମାଷ୍ଟର ନୃସିଂହ ଚରଣ ମିଶ୍ର, ସାରଦା ପ୍ରସନ୍ନ ଦାସ, ତପନ କୁମାର ସଡଙ୍ଗୀ, ହିଂମାସୁ ଶେଖର ନାୟକ ଙ୍କ ସହ ପୋଷ୍ଟାଲର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।