ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ

ଓଡିଶା ବଡ ଖବର ମହାନଗର

#ଆଉ_୩_କରୋନା_ପଜିଟିଭ_ଚିହ୍ନଟ             ଭୁବନେଶ୍ୱର : ଓଡ଼ିଶାରେ ଆଉ ୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୩ ଆକ୍ରାନ୍ତ ଭୁବନେଶ୍ୱରର ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ୩ ଜଣ ତିନି ଭାଇ ଓ ଏମାନେ ବମିଖାଲରେ ଥିବା ଏକ ଫ୍ଲାଟ ରେ ରହୁ ଥିଲେ । ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ଜଣା ପଡିଛି। ହେଲେ ସେମାନେ ନିଜାମୁଦ୍ଦିନ ତବଲିଗରେ ଯୋଗ ଦେବାକୁ ଯାଇଥିଲେକି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଗତକାଲିର ପରୀକ୍ଷଣ ହୋଇଥିବା ୫ଟି ସ୍ବାବ ମଧ୍ୟରେ ଏମାନେ ଥିଲେ । ଏହା ଜଣାପଡିବାପରେ ସେମାନଙ୍କୁ  କ୍ବାରେଣ୍ଟାଇନରେ ରଖାଯାଇ ଅନୁସନ୍ଧାନ ଜାରୀ ରହିଛି। ଏହି ୩ ଜଣ ସଂକ୍ରମିତ ହେବା ଜଣାପଡିବାପରେ ପୋଲିସ ପ୍ରଶାସନ  ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି  ସୂର୍ଯ୍ୟ ନଗର ଭଳି ବମିଖାଲ ଅଞ୍ଚଳକୁ ସିଲ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି ।ଏହି ଘଟଣାକୁ ମିଶାଇ ରାଜ୍ୟର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ ୪ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ତଥ୍ୟ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ଜଣାଇଛି।  ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ହୋଇଥିବା ବେଳେ ତା’ମଧ୍ୟରୁ ୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ଓ ୭ ଜଣ ଚିକିତ୍ସାଧୀନ ଅଛନ୍ତି।