ସ୍ୱତନ୍ତ୍ର କୋଭିଡ୍ -୧୯ ହସ୍ପିଟାଲରେ ମାଗଣାରେ ମିଳିବ ଚିକିତ୍ସା ସୁବିଧା

ସ୍ୱତନ୍ତ୍ର କୋଭିଡ୍ -୧୯ ହସ୍ପିଟାଲରେ ମାଗଣାରେ ମିଳିବ ଚିକିତ୍ସା ସୁବିଧା

ଓଡିଶା ବଡ ଖବର

#ମାଗଣାରେ_ମିଳିବ_ଚିକିତ୍ସା_ସୁବିଧା     ଭୁବନେଶ୍ୱର  : ରାଜ୍ୟ ସରକାର କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ଦେଶବ୍ୟାପୀ ସ୍ୱାଗତ କରାଯାଇଛି । ଏହି ସ୍ୱତନ୍ତ୍ର ହସ୍ପିଟାଲ ପାଇଁ ରାଜ୍ୟସରକାର ବେସରକାରୀ ହସ୍ପିଟାଲ ମାନଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ହସ୍ପିଟାଲରେ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଆକ୍ରାନ୍ତ ବ୍ୟକ୍ତି ରହିବା ଓ ଖାଇବା ସହ ସମସ୍ତ ଚିକିତ୍ସା ସେବା ବିନା ଶୁଳ୍କରେ ପାଇପାରିବେ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ପ୍ରକାଶ କରିଛନ୍ତି ।