ଭୁବନେଶ୍ୱର,କଟକ, ଭଦ୍ରକ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ,ବାହାରକୁ ବାହାରିଲେ ଉଠାଇ ନେବ ପୋଲିସ

ଭୁବନେଶ୍ୱର,କଟକ, ଭଦ୍ରକ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ,ବାହାରକୁ ବାହାରିଲେ ଉଠାଇ ନେବ ପୋଲିସ

ଓଡିଶା ବଡ ଖବର ମହାନଗର

#ଭୁବନେଶ୍ୱର,_କଟକ,_ଭଦ୍ରକ_୪୮_ଘଣ୍ଟା_ସମ୍ପୂର୍ଣ୍ଣ_ସଟ୍‌_ଡାଉନ୍‌       ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବରୁ ଲକ୍‌ଡାଉନ୍ ଘୋଷଣା କରିଥିବା ବେଳେ ଶୁକ୍ରବାର ୪୮ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ଶୁକ୍ରବାର ରାତି ୮ଟାରୁ ଏହି ସଟ୍‌ଡାଉନ୍ ଆରମ୍ଭ ହୋଇଛି । ଭୁବନେଶ୍ୱର, କଟକ ଓ ଭଦ୍ରକରେ ଏହା ବାଧ୍ୟତାମୂଳକ ଭାବେ ଲାଗୁ ହୋଇଛି ।  ରାଜଧାନୀରେ ୫ମ କରୋନା ରୋଗୀ ସଂକ୍ରମିତ ହେବାର କାରଣ ଜଣାପଡ଼ୁନଥିବାରୁ ଆଗାମୀ ୪୮ଘଣ୍ଟା ପାଇଁ ଭୁବନେଶ୍ୱରକୁ ସଟ୍‌ ଡାଉନ୍‌ କରାଯାଇଛି। ପରେ ରାଜଧାନୀର ବମିଖାଲ ଅଞ୍ଚଳରୁ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକରେ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ହେତୁ ଏଠାରେ ମଧ୍ୟ ସଟ୍‌ ଡାଉନ୍‌ କରିବା ନେଇ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇଥିଲେ।କଟକରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକରେ ମଧ୍ୟ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି।

ମୁଖ୍ୟ ଶାସନ ସଚିବ କହିଛନ୍ତି, କରୋନା ମୁକାବିଲା ଦିଗରେ ଓଡ଼ିଶାର ଜନସାଧାରଣ ପୂର୍ଣ୍ଣ ସହଯୋଗ କରୁଛନ୍ତି। ବର୍ତ୍ତମାନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଲାଣି। ଏଥିଲାଗି ରାଜ୍ୟକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଓଡ଼ିଶାର ପଜିଟିଭ୍‌ ଭିତରୁ ୮୦% ଭୁବନେଶ୍ୱରରେ ଥିବା ବେଳେ ୨୦% ଭଦ୍ରକରେ ମିଳିଛି। ଓଡ଼ିଶାର ବାହାରକୁ ଯାଇଥିଲେ। ହେଲେ ସୂର୍ଯ୍ୟନଗର ମାମଲା ଚିନ୍ତା ବଢ଼ାଇଛି। ରୋଗୀ ବାହାରକୁ ଯାଇନଥିବା ଯୋଗୁ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ। ଫଳରେ କେଉଁଠାରୁ ତାଙ୍କୁ ସଂକ୍ରମଣ ହେଲା ତାହାକୁ ତର୍ଜମା କରାଯାଉଛି। ସଂକ୍ରମଣ ଅଧିକ ହେବା ଆଶଙ୍କା ଥିବାରୁ ସୂର୍ଯ୍ୟନଗରର ପ୍ରତ୍ୟେକ ପ୍ରବେଶ ପଥକୁ ବନ୍ଦ କରିଦିଆଯାଇଛି। ତେବେ ଚଳିତ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୧ ଦିନ ଲକ୍‌ଡାଉନ୍‌ରେ ଅତ୍ୟାବଶକୀୟ ସେବା ପାଇଁ ସ୍ବତନ୍ତ୍ର ଛାଡ଼ ରହିଛି। ହେଲେ ଆଗାମୀ ୪୮ ଘଣ୍ଟା ସନ୍ଧ୍ୟା ୮ଟାରୁ ରବିବାର ୮ ପର୍ଯ୍ୟନ୍ତ ଭୁବନେଶ୍ୱର ଓକଟକ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ କରାଯାଉଛି।

ଭୁବନେଶ୍ୱର ଉପକଣ୍ଠରେ ମଧ୍ୟ ସଟ୍‌ଡାଉନ୍ ଲାଗୁ ହେବ । ରାଜଧାନୀର ଉପକଣ୍ଠ ଅନ୍ଧାରୁଆ, କଳାରାହଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ/ଚନ୍ଦକା, ଧଉଳି, ଜାଁଳା, ସିଜୁଆ, ବାଳକାଟି, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀରେ ମଧ୍ୟ ସଟ୍‌ଡାଉନ୍ ଲାଗୁହେବ । ସେହିପରି କଟକ ମହାନଗର ନିଗମ ଓ ଭଦ୍ରକ ପୌରପାଳିକା ଅଞ୍ଚଳରେ ସଟ୍‌ଡାଉନ୍ ଲାଗୁ ହେବ । ଏହାଛଡ଼ା ଭଦ୍ରକ ସହରକୁ ମଧ୍ୟ ସଟ୍‌ ଡାଉନ୍‌ କରାଯିବ। ଆମେ ଜନସାଧାରଣଙ୍କଠାରୁ ବହୁତ ସମର୍ଥନ ପାଇଛୁ। ହେଲେ ଯେଉଁମାନେ ସଟ୍‌ଡାଉନ୍‌ ପାଳନ କରିବେ ନାହିଁ ସେମାନଙ୍କୁ ପୋଲିସ ଏବଂ ଅନ୍ୟାନ୍ୟ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ସରକାରୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୪ ଦିନ ପାଇଁ ରଖାଯିବ। ଏହାଛଡ଼ା ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୂପ ମାମଲା ରୁଜୁ ସହ ଜରିମାନା ଆଦାୟ କରାଯିବ। ତେବେ ସରକାରଙ୍କ ଏହି ଘୋଷଣାକୁ ପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି।