କଟକରେ ଚିହ୍ନଟ ହେଲେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତହ୍ନଟ

କଟକରେ ଚିହ୍ନଟ ହେଲେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ

ଓଡିଶା ବଡ ଖବର

#କଟକରେ_ଚିହ୍ନଟ_ହେଲେ_ରାଜ୍ୟର_ଷଷ୍ଠ_କରୋନା_ଆକ୍ରାନ୍ତ    ଭୁବନେଶ୍ବର :  ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଷଷ୍ଠ କରୋନା ପଜିଟିଭ ରୋଗୀ  । ଷଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର କଟକ ସହରରେ ବୋଲି ସୂଚନା ମିଳିଛି ଏବଂ ସେ ନିକଟରେ ଦିଲ୍ଲୀ ଯାଇଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାପରେ କଟକରେ ଶୁକ୍ରବାର ରାତି ୮ଟାରୁ ୪୮ ଘଣ୍ଟା ସଟଡାଉନ୍ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ଦିଲ୍ଲୀରୁ ଫେରିଥିବା ଷଷ୍ଠ ଆକ୍ରାନ୍ତ ନିଜାମୁଦ୍ଦିନ୍ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଘରକୁ ଫେରି ଥିବା ଜଣାଯାଇଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡସ୍‌ଚାର୍ଜ କରାଯାଇଥିଲା।ଗୁରବାର ଦ୍ବିତୀୟ ଆକ୍ରାନ୍ତ ଏମସରୁ ଡିସ୍‌ଚାର୍ଜ ହୋଇଥିଲେ। ଏବେ ରାଜ୍ୟରେ ୩ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।