ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ ,କଡା କଟକଣା ମଧ୍ୟରେ ଭକ୍ତଶୂନ୍ୟ ରଥ ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ ,କଡା କଟକଣା ମଧ୍ୟରେ ଭକ୍ତଶୂନ୍ୟ ରଥ ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ଓଡିଶା ଦେଶ -ବିଦେଶ ବଡ ଖବର

#ଭକ୍ତଶୂନ୍ୟ_ରଥ_ଯାତ୍ରା_ପାଇଁ_ସୁପ୍ରିମକୋର୍ଟଙ୍କ_ଅନୁମତି         ନୂଆ ଦିଲ୍ଲୀ    : ଚଳିତ ବର୍ଷ କେବଳ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ଶ୍ରଜଗନ୍ନାଥଙ୍କର ରଥଯାତ୍ରାର ଆୟୋଜନ କରିବାକୁ ଦେଶର ସୁପ୍ରିମ୍ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି । ଫଳରେ ଚଳିତ ବର୍ଷ କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି ।
ଏହି ମମଲାର ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେ କହିଛନ୍ତି ଯେ ଆମେ କେବଳ ପୁରୀ ପାଇଁ ରଥଯାତ୍ରା ଲାଗି ଅନୁମତି ଦେଉଛୁ । ରାଜ୍ୟର ଅନ୍ୟ କେ?ଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ।
ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠର ରାୟ ସମ୍ପର୍କରେ ସୂଚନା ଦେଇ ମୁଖ୍ୟବିଚାରପତି ବୋବଡେ କହିଛନ୍ତି ଯେ ପୁରୀରେ ରଥଯାତ୍ରା ଆୟୋଜନ ଦାୟିତ୍ୱ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ଏବଂ ଓଡ଼ିଶା ସରକାରଙ୍କୁ ଛାଡ଼ି ଦିଆଯାଉ । ସେମାନେ କଡ଼ା କଟକଣା ଭିତରେ ଏବଂ ବିନା ଭକ୍ତ ସମାଗମରେ ରଥଯାତ୍ରା କରାଇବେ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ରଥଯାତ୍ରା ସମାପନ କରିବେ ।

ସୁପ୍ରିମକୋର୍ଟର ଜଣିକିଆ ଖଂଡପୀଠରେ ରଥଯାତ୍ରା ପ୍ରସଙ୍ଗରେ ମୂଳ ମାମଲା ସହ ଆଦେଶ ମୋଡିଫିକେସନ ଆବେଦନଗୁଡ଼ିକର ଏକାଠି ଶୁଣାଣି ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରା ଯାଇଥିଲା । ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ ଯଦି ଶ୍ରୀମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ କେବଳ ପୁରୀରେ ଜନସାଧାରଣଙ୍କ ଯୋଗଦାନ ବ୍ୟତିରେକେ ରଥଯାତ୍ରା ଅନୁଷ୍ଠିତ ହୁଏ, ତେବେ ରାଜ୍ୟ ସରକାର ଏଥିଲାଗି ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍ କୋର୍ଟରେ ଉପସ୍ଥିତ ରହି ବିଚାରପତିଙ୍କୁ କହିଛନ୍ତି ଯେ ରଥଯାତ୍ରା ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଛି । ଏହାକୁ ଏପରି ହଠାତ୍ ବନ୍ଦ କରି ଦିଆଯାଇ ପାରିବ ନାହିଁ । ଯଦି ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ ରଖାଯାଉଛି ତେବେ ବିଧି ମୁତାବକ ଶ୍ରୀଜିଉମାନେ ଆଉ ଆସନ୍ତା ୧୨ ବର୍ଷ ପାଇଁ ରଥଯାତ୍ରରେ ବାହାରି ପାରିବେ ନାହିଁଁ । ତେଣୁ, କରୋନା ସଂକ୍ରମଣକୁ ରୋକିବା ପାଇଁ ପୁରୀରେ ଗୋଟିଏ ଦିନ ପାଇଁ କର୍ଫ୍ୟୁ ଜାରି କରାଯାଇ ଭକ୍ତଙ୍କ ବିନା ରଥଯାତ୍ରାର ଆୟୋଜନ କରାଯାଉ । ଏବଂ ଭକ୍ତମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବୋଲି ସେ ଯୁକ୍ତି ବାଢ଼ିଥିଲେ ।