#କରୋନା,_ରାଜ୍ୟରେ_ମୃତ୍ୟୁ_ସଂଖ୍ୟା_୧୫_ହେଲା  

କରୋନାରେ ଆଉ ଜଣଙ୍କର ମୃତ୍ୟୁ, ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫ ହେଲା

ଓଡିଶା ବଡ ଖବର

#କରୋନା,_ରାଜ୍ୟରେ_ମୃତ୍ୟୁ_ସଂଖ୍ୟା_୧୫_ହେଲା         ଭୁୁବନେଶ୍ୱର  :   ରାଜ୍ୟରେ କରୋନା କାରଣରୁ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ବଢି ୧୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ଏହା ପୂର୍ବରୁ ରବିବାର ଦିନ ରାଜ୍ୟରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ।ବିଭାଗ ପକ୍ଷରୁ କୁହା ଯାଇଛି ଯେ ୪୬ ବର୍ଷୀୟ ଯୁବକ କରୋନା ମହାମାରୀରେ ସଂକ୍ରମିତ ହୋଇ କୋଭିଡ୍? ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ଅନ୍ୟପଟେ ଆଜିର ମୃତ୍ୟୁକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ ଭୁବନେଶ୍ୱରରେ ୩ ଜଣଙ୍କ, ଖୋର୍ଦ୍ଧାରେ ଜଣେ, କଟକରେ ଜଣେ, ପୁରୀରେ ଜଣେ, ବରଗଡରେ ଜଣଙ୍କ ମୃତ୍ୟୁ ହୋଇଛି