ଭୁବନେଶ୍ୱରରୁ ୧୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱରରୁ ୧୧ କରୋନା ସଂକ୍ରମିତ ଚିହ୍ନଟ

ଓଡିଶା ବଡ ଖବର

#ଭୁବନେଶ୍ୱରରୁ_୧୧_କରୋନା_ସଂକ୍ରମିତ_ଚିହ୍ନଟ            ଭୁବନେଶ୍ୱର  : ଭୁବନେଶ୍ୱରରରୁ ଆଜି ପୁଣି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଏମସି ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ସୂଚନା ଅନୁସାରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍ ସଙ୍ଗରୋଧରେ ଥିଲେ । ୧୧ଜଣଙ୍କ ମଧ୍ୟରୁ ୭ଜଣ ମେଂଚଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ତିନିଜଣ ରେଳ କର୍ମଚାରୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି ବୋଲି ନିଗମ ପକ୍ଷରୁ କୁହା ଯାଇଛି ।
ନିଗମ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଚିହ୍ନଟ ହୋଇଥିବା ୧୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କ ଘର ଉତରପ୍ରେଦେଶରେ । ସମସ୍ତ ଆକ୍ରାନ୍ତ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୩୩ବର୍ଷ, ୪୦ବର୍ଷ, ୫୫ବର୍ଷ, ୫୫ବର୍ଷ, ୨୧ବର୍ଷ ଓ ୨୨ବର୍ଷ । ସେମାନେ ସମସ୍ତେ ମେଂଚଶ୍ୱରରେ ଥିବ।। ନ ଅଫିସ୍ ନିକଟରେ କାମ କରୁଥିଲେ । ସମସ୍ତେ ଉତରପ୍ରଦେଶ ଫେରନ୍ତା । ସେହିପରି ୨୭ବର୍ଷୀୟ ପୁରୁଷ ପଶ୍ଚିମବଙ୍ଗର ବାସିନ୍ଦାଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ସେ ମଧ୍ୟ ମଂଚେଶ୍ୱର ନିକଟସ୍ଥ ପ୍ରତିଦିନ ଅଫିସ୍ ନିକଟରେ କାମ କରୁଥିଲେ । ସେ କିଛିଦିନ ତଳେ ପଶ୍ଚିମବଙ୍ଗରୁ ଫେରିଥିଲେ ।ଅଷ୍ଟମ କରୋନା ଆକ୍ରାନ୍ତ ଜଣକ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ । ସେ ଭୁବନେଶ୍ୱରସ୍ଥିତ ବାଣୀବିହାରରେ ନିର୍ମାଣ କାମ କରୁଥିଲେ । ସେହିପରି ଅନ୍ୟ ତିନିଜଣ କରୋନା ଆକ୍ରାନ୍ତ ନିକଟରେ ଦିଲ୍ଲୀରୁ ଫେରିଥିଲେ । ଏମାନେ ସମସ୍ତେ ରେଳ କର୍ମଚାରୀ । ଏହି ରେଳ କର୍ମଚାରୀଙ୍କ ବୟସ ଯଥାକ୍ରମେ ୬୦ବର୍ଷ, ୨୮ ବର୍ଷ ଓ ୨୮ ବର୍ଷ ରହିଛି ।