ପାରାଦୀପ ଠାରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ ୧୯ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ଆଜି

ଓଡିଶା ଜଗତସିହଂପୁର ଜିଲ୍ଲା ବଡ ଖବର ରାଜ୍ୟ
#ପାରାଦୀପ_ଠାରେ_୧୦୦_ଶଯ୍ୟା_ବିଶିଷ୍ଟ_କୋଭିଡ_୧୯_ସ୍ୱାସ୍ଥ୍ୟ_କେନ୍ଦ୍ର_କାର୍ଯ୍ୟକ୍ଷମ_ହେବ_ଆଜି            ଜଗତସିଂହପୁର  : ( ମହେଶ୍ବର ତ୍ରିପାଠୀ )        ଜଗତସିଂହପୁର ଜିଲ୍ଲା ପାରାଦୀପ ଠାରେ ଥିବା ବିଜୁ ଯାତ୍ରୀନିବାସ ରେ ସୋମବାର ଠାରୁ ୧୦୦  ଶଯ୍ୟା ବିଶିଷ୍ଟ କୋଭିଡ ୧୯ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।ଏ ନିମନ୍ତେ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି ।ଏହି ତ୍ରିପାକ୍ଷିକ ଚୁକ୍ତିନାମା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ,ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ପୋର୍ଟ ଅଧକ୍ଷ ରିଙ୍କେସ ରାୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ବିଜୟା ପଣ୍ଡା ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଖର୍ଚ୍ଚ ପାରାଦୀପ ପୋର୍ଟ ଟ୍ରଷ୍ଟ ବହନ କରିବ ବୋଲି ରାଜିନାମାରେ ସ୍ୱାକ୍ଷରିତ ହୋଇଛି । ଚୁକ୍ତି ନାମା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ସଚିବ ସରୋଜ କୁମାର ଦାସ, ପାରାଦୀପ ପୋର୍ଟ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରହଲ୍ଲାଦ ପଣ୍ଡା, ଜଗତସିଂହପୁର ଏ ଡି ଏମ ଓ ଡ଼ା ବସନ୍ତ ବାରିକ ,ଜିଲ୍ଲାପାଳଙ୍କ ଓ ଏସ ଡି ଡ଼ ଶଶାଙ୍କ ଶେଖର ଲେଙ୍କା ,ସ୍ମୃତି ରଞ୍ଜନ ମିଶ୍ର,ପାରାଦୀପ ବନ୍ଦର ଚିଫ ମ୍ୟାନେଜେର,କର୍ପୋରେଟ ରିଲେସନ ଆଣ୍ଡ କାମୁନିକେସନ ରତିକାନ୍ତ ନାୟକ ଓ ଜିଲ୍ଳା ସୂଚନା ଲୋକସମ୍ପର୍କ  ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ ।