ବଙ୍ଗ ବନ୍ଧୁ ମୁଜିବୁର ରହେମାନଙ୍କ ହତ୍ୟାରେ ସଂପୃକ୍ତ ଅଧିକାରୀଙ୍କୁ ଫାଶୀ

ବଙ୍ଗ ବନ୍ଧୁ ମୁଜିବୁର ରହେମାନଙ୍କ ହତ୍ୟାରେ ସଂପୃକ୍ତ ଅଧିକାରୀକୁ ଫାଶୀ

ଦେଶ -ବିଦେଶ ବଡ ଖବର

#ବଙ୍ଗ_ବନ୍ଧୁ_ମୁଜିବୁର-ରହେମାନଙ୍କ_ହତ୍ୟାରେ_ସଂପୃକ୍ତ_ଅଧିକାରୀକୁ_ଫାଶୀ      ଢାକା : ୧୯୭୫ ମସିହାରେ ବାଙ୍ଗଲାଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହେମାନଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ପୂର୍ବତନ ସେନା ଅଧିକାରୀ ଅବ୍ଦୁଲ ମାଜିଦଙ୍କୁ  ଶନିବାର ମଧ୍ୟରାତ୍ରୀରେ ଫାଶୀ ଦିଆଯାଇଛି। ବାଂଲାଦେଶ ସେନା ବଳପୂର୍ବକ ସରକାରୀ କ୍ଷମତା ହାସଲ କରିବା ଘଟଣାରେ ସେ ସମୟରେ ବାଙ୍ଗଲାଦେଶ ସେନାବାହିନୀରେ କ୍ୟାପଟେନ ଥିବା ଅବ୍ଦୁଲ ମାଜିଦର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ବାଙ୍ଗଲାଦେଶର ଆଇନ ମନ୍ତ୍ରୀ ଅନିସୁଲ୍ ହକ୍ ରହେମାନ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରବିବାର ରାତି ୧୨ ଟା୧ମିନିଟରେ ଅବ୍ଦୁଲ ମାଜିଦକୁ ଫାଶୀ ଦିଆଯାଇଛି।ବାଙ୍ଗଲାଦେଶର ରାଜଧାନୀ ଢାକା ଉପକଣ୍ଠରେ ଥିବା କେରାନିଗଞ୍ଜସ୍ଥିତ ଢାକା ସେଣ୍ଟ୍ରାଲ୍ ଜେଲ୍‌ର  ଅଧିକାରୀଙ୍କ ସୂଚନା ଅନୁଯାୟୀ  ମାଜିଦ ମୃତ ବୋଲି ରାତି ୧୨ଟା ୧୫ ମିନିଟରେ ଡାକ୍ତର ଘୋଷଣା କରିଥିଲେ। ଦୀର୍ଘ ୪୫ ବର୍ଷ ପରେ ଏହି ଅପରାଧିକୁ ଫାଶୀ ଦିଆଯାଇଛି।

ମାଜିଦ ଗତ ୨୫ ବର୍ଷ ହେଲା କୋଲକାତାରେ  ଆତ୍ମଗୋପନ କରି ରହିଥିଲା। ମାଜିଦର ଓକିଲ କହିବା ଅନୁଯା୍ରୀ ଗତ ୧୫ କିମ୍ବା ୧୬ ତାରିଖରେ ମାଜିଦ ଗୁପ୍ତରେ ବାଙ୍ଗଲାଦାଶ ଯାଇଥିଲା। ଗତ ମଙ୍ଗଳବାର ଦିନ ଢାକାରେ ମାଜିଦକୁ ଗିରଫ କରଯାଇଥିଲା। ଗୁରୁବାର ଦିନ ରାଷ୍ଟ୍ରପତି ଅବଦ୍ଦୁଲ ହମିଦ ତାଙ୍କର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଶୁକ୍ରବାର ଦିନ ମାଜିଦର ପତ୍ନୀ ଏବଂ ଅନ୍ୟ ଚାରିଜଣ ଆତ୍ମୀୟ ପ୍ରାୟ ୨ ଘଣ୍ଟା ଧରି ଜେଲରେ ମାଜିଦ ସହ କଥାବାର୍ତ୍ତା କରିଥିଲେ।

ବାଂଲାଦେଶ ସ୍ୱରାଷ୍ଟ୍ର ମନ୍ତ୍ରୀ ଅସାଦୁଜ୍ଜମାନ୍‌ ଖାନ୍‌ କମାଲ କହିଛନ୍ତି ଯେ ମାଜିଦ କେବଳ ମୁଜିବୁର ରହେମାନଙ୍କ ହତ୍ୟାକାଣ୍ଡରେ ସଂଶ୍ଳୀଷ୍ଟ ନ ଥିଲା ୧୯୭୫ ମସିହା ନଭେମ୍ବର ୩ ତାରିଖରେ କଡ଼ା ନିରାପତ୍ତା ଥିବା ଢାକା କେନ୍ଦ୍ରୀୟ କାରାଗାରରେ ୪ଜଣ ଜାତୀୟ ସ୍ତରର ନେତାଙ୍କ ହତ୍ୟାକାଣ୍ଡରେ ମଧ୍ୟ ସେ ସଂପୃକ୍ତ ଥିଲା।  ଏ ସମସ୍ତ ଘଟଣା ମାଜିଦ ନିଜେ ସ୍ବୀକାର କରିଥିବା ଜଣା ପଡିଛି।