କରୋନା ମୁକାବିଲା ପାଇଁ ଚୁକ୍ତିଭିତ୍ତିକ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି

କରୋନା ମୁକାବିଲା ପାଇଁ ଚୁକ୍ତିଭିତ୍ତିକ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି

ଓଡିଶା ବଡ ଖବର

#ଚୁକ୍ତିଭିତିକ_ଡାକ୍ତର_ଓ_ସ୍ୱାସ୍ଥ୍ୟ_ସେବା_କର୍ମଚାରୀଙ୍କୁ_ନିଯୁକ୍ତି_ଦେବାକୁ_ନିଷ୍ପତ୍ତି     ଭୁୁବନେଶ୍ୱର : କରୋନା ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରିବାକୁ ନୂତନ ଚୁକ୍ତିଭିତ୍ତିକ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହା ଯାଇଛି ଯେ ଚୁକ୍ତିଭିତ୍ତିକ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ନିଯୁକ୍ତି ଦିଆ ଯିବ । ସେମାନଙ୍କୁ ଆଗାମୀ ଜୁନ ୩୦ ଯାଏ ନିଯୁକ୍ତି ଦିଆ ଯିବ । ଆବଶ୍ୟକ ହେଲେ ଏହି ଚୁକ୍ତିକୁ ବଢା ଯାଇ ପାରେ ବୋଲି ବିଭାଗ ପକ୍ଷରୁ କୁହା ଯାଇଛିା ଏଥିରେ ଅବସର ଗ୍ରହଣ କରିଥିବା ଲୋକ ମାନେ ମଧ୍ୟ ଆବେଦନ କରି ପାରିବୋ
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି ଯେ ଆବେଦନ କରିବା ପାଇଁ ଇଚ୍ଛୁକ ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ ଷ୍ଟାଫ ମାନେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗର ବେବସାଇଟକୁ ଯାଇ ସେଠାରେ ଦିଆ ଯାଇଥିବା ଆବେଦନ କରିବାର ଫର୍ମାଟରେ ଆବେଦନ କରି ପାରିବେ କିମ୍ବା ସେମାନେ ନିଜର ସିଡିଏମ ଓ ପିଏଚଓ ଅଫିସରେ ଆବେଦନ କରି ପାରିବେ । ସେମାନେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ବୟସ, ପରିଚୟ, ଓଡିଶା ମେଡିକାଲ କାଉନସିଲ ରେଜିଷ୍ଟ୍ରେସନ ଓ ଅନ୍ୟ ରେଜିଷ୍ଟ୍ରେସନ ଓ ଫଟୋଗ୍ରାଫକୁ ସେମାନଙ୍କର ସିଡିଏମ ଓ ପିଏଚଓଙ୍କୁ ମେଲ କରି ପାରିବେ ବୋଲି କୁହା ଯାଇଛି ।