ନଡିଆଗଛ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ବିଧାୟକ

ନଡିଆଗଛ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ବିଧାୟକ

ଓଡିଶା ଜିଲ୍ଲା ପୁରୀ

#ଚାରା_ରୋପଣ_କାର୍ଯ୍ୟକ୍ରମ_ଶୁଭାରମ୍ଭ_କଲେ_ବିଧାୟକ                ପିପିଲି  :  ( ବିଜୟ କୁମାର ମହାପାତ୍ର ) ପିପିଲି ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୁର୍ବତନ କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି କରୋନା ପାଇଁ ସାମାଜିକ ଦୁରତା ବଜାୟ ରଖିବା ସହିତ ମୁହଁରେ ମାସ୍କ ପିନ୍ଧି ଆନୁଷ୍ଠାନିକ ଭାବେ ତେଇସିପୁର ପଂଚାୟତର ପୋଡଙ୍ଗ ଗ୍ରାମର ସୁବଳ ପରିଡାଙ୍କ ବଗିଚାରେ ନଡିଆଗଛ ଚାରା ରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ପୁରୀ ରବି ନାରାୟଣ ତ୍ରିପାଠୀ,ମଣ୍ଡଳ ଉନ୍ନୟନ ଅଧିକାରୀ ପିପିଲି ଗୈାରବମୟ ପ୍ରଧାନ,ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ ,ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତାରୟ,ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ପିପିଲି ରଶ୍ମୀରେଖା ପଣ୍ଡା,ଏନଆରଜିଏସ ବ୍ଲକ ଅତିରିକ୍ତ ପୋଗ୍ରାମ ଅଧିକାରୀ ଶିକ୍ତା ମହାନ୍ତି,ସମବାୟବିତ୍ ସଦାଶିବ ଦାଶ,ବିଜେଡି ଉପସଭାପତି ଡା.ଚିନ୍ମୟ ମହାପାତ୍ର,ସରପଂଚ ତେଇସିପୁର ନରେନ୍ଦ୍ର ଦାସ ଓ ସରପଂଚ କଣ୍ଟି ପ୍ରକାଶ କୁମାର ଧଳ ପ୍ରମୁଖ ଉପସ୍ଥିତି ରହିଥିଲେ । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଭାରତୀପୁର ପଂଚାୟତର ବରୁଣ୍ଡେଇ ଗ୍ରାମର ଚିତ୍ରସେନ ପ୍ରଧାନ ଓ ପୋଡଙ୍ଗ ଗ୍ରାମର ସୁବଳ ପରିଡାଙ୍କୁ ୦.୨ରେ ୩୫ଟି ନଡିଆଗଛ ଚାରା ରୋପଣ କାର୍ଯ୍ୟ କରିବା ପାଇଁ ଦିଆଯାଇଛି । ସେଥିପାଇଁ ନଡିଆ ଚାରା ରୋପଣ ଖର୍ଚ୍ଚ ଜବକାର୍ଡ ମାଧ୍ୟମରେ ଦିନକୁ ୨୦୭ଟଙ୍କା ହିସାବରେ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ଶ୍ରୀପଣ୍ଡାଙ୍କ ଠାରୁ ସୁଚନା ମିଳିଛି ।