ଦାଣ୍ଡ ବିଜେ କରିବେ ନାହିଁ ମହାପ୍ରଭୁ ରଘୁନାଥଜୀଉ

ଦାଣ୍ଡ ବିଜେ କରିବେ ନାହିଁ ମହାପ୍ରଭୁ ରଘୁନାଥଜୀଉ

ଓଡିଶା କଟକ ଜିଲ୍ଲା

#ଦାଣ୍ଡ_ବିଜେ_କରିବେ_ନାହିଁ_ମହାପ୍ରଭୁ_ରଘୁନାଥଜୀଉ            ନିଶ୍ଚିନ୍ତକୋଇଲି,ତା    :  ରାତି ପାହିଲେ ହୋଇଥାନ୍ତ ଅସୁରେଶ୍ୱରର ଓଡ଼ିଶା ପ୍ରସିଦ୍ଧ ଦାଣ୍ଡଯାତ୍ରା କିନ୍ତୁ  କରୋନା ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିଛି । ମହାପ୍ରଭୁ ରଘୁନାଥଜୀଉ ଦାଣ୍ଡ ବିଜେ କରିବେ ନାହିଁ ବୋଲି ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଛି । ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳୋ ଗ୍ରାମ ପଞ୍ଚାୟତ ମଲ୍ଲୀପୁର ସ୍ଥିତ ପ୍ରସିଦ୍ଧ ଅସୁରେଶ୍ୱରର ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ଦାଣ୍ଡଯାତ୍ରା କରୋନା କଟକଣା ହେତୁ ନୀତିକାନ୍ତି ଅନୁଯାୟୀ ଯଥାରୀତି ନାମକୁମାତ୍ର ପାଳନ କରାଯିବ । ପ୍ରଭୁ ରଘୁନାଥଜୀଉ ଦାଣ୍ଡ ବିଜେ କରିବେ ନାହିଁ ବୋଲି ମନ୍ଦିର ପରିଚାଳନା କମିଟିର ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି । କେଉଁ ଆବାହମାନ କାଳରୁ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମୀ ଦିନ ଅସୁରେଶ୍ୱରର ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ଦାଣ୍ଡଯାତ୍ରା ଆନନ୍ଦ ଉଲ୍ଲାସ ଓ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରୁ ଏହି ଦାଣ୍ଡଯାତ୍ରା ଦେଖିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ହେତୁ ସରକାରୀ କଟକଣାକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ଦାଣ୍ଡଯାତ୍ରାକୁ ନାମକୁମାତ୍ର ନୀତିକାନ୍ତି ଅନୁଯାୟୀ ଯଥାରୀତି ପାଳନ କରାଯିବ । କିନ୍ତୁ ମହାପ୍ରଭୁ ଦାଣ୍ଡ ବିଜେ କରିବେ ନାହିଁ ବୋଲି ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଫଳରେ ଭକ୍ତ ଆଉ ଭଗବାନଙ୍କ ମିଳନରେ କରୋନା ବାଧକ ସାଜିଥିବାରୁ ଭକ୍ତ ମହଲରେ ନୈରାଶ୍ୟ ଭାବ ଖେଳିଯାଇଛି ।  ଏ ସମ୍ପର୍କରେ ମଧ୍ୟ ମନ୍ଦିର ପରିଚାଳନା କମିଟି ତରଫରୁ ଡ଼ାକବାଜୀ ଯନ୍ତ୍ର ସାହାଯ୍ୟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସଚେତନ କରାଯାଇଛି । ତେବେ ଦୀର୍ଘ ବର୍ଷ ପରେ ସମସ୍ତ ପରମ୍ପରା ଭଙ୍ଗ ହୋଇଥିବାରୁ ଭକ୍ତ ମହଲରେ ନୈରାଶ୍ୟ ଭାବ ଖେଳିଯାଇଛି ।