ସ୍ନାନ ମଣ୍ଡପରୁ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ସ୍ନାନ ମଣ୍ଡପରୁ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ହାତୀ_ବେଶରେ_ଦର୍ଶନ_ଦେଉଛନ୍ତି_ଶ୍ରୀଜୀଉ               ପୁରୀ  :     ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ବିଶ୍ୱବାସୀଙ୍କୁ ଧଳା ଓ କଳା ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି।  ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି ।  ଆଜି ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିବା ପରେ ଶ୍ରୀଜୀଉଙ୍କୁ ହାତୀବେଶରେ ସୁସଜ୍ଜିତ କରାଯାଇଥିଲା । ହାତୀବେଶରେ ସଜ୍ଜିତ ହୋଇ ଝଲସୁଛନ୍ତି ମହାପ୍ରଭୁ ।

କରୋନା କଟକଣା ଯୋଗୁଁ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣିମା।  ପୁରୀରେ ଭକ୍ତ ସମାଗମକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ବଡ଼ଦାଣ୍ଡ ଏବଂ ଅନ୍ୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।ଫଳରେ ସ୍ଥାନୀୟ ଲୋକ ମଧ୍ୟ ଭିଡ ଜମାଇବାର କୌଣସି ସମ୍ଭାବନା ନାହିଁ। କରୋନା କଟକଣା ହେତୁ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ଭକ୍ତମଣି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା।ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ଦେଖିବା ପାଇଁ ଭକ୍ତମାନେ କାହିଁ କେତେ ଦିନରୁ ଅପେକ୍ଷା କରି ରହିଥାଆନ୍ତି। କିନ୍ତୁ ଚଳିତ ଥର ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବାରୁ ଭକ୍ତମାନେ ବଞ୍ଚିତ ହୋଇଥିବାରୁ କେଉଁଠି ନା କେଉଁଠି ସେମାନଙ୍କ ମନରେ ଦୁଃଖ ଭରି ରହିଛି।ଅପରପକ୍ଷରେ ଆଇନଶୃଙ୍ଖଳା ପାଇଁ ୩୮ ପ୍ଲାଟୁନ ଫୋର୍ସ ସହ ୨୨୮ ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି। ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଗଳିକନ୍ଦିକୁ ସିଲ୍‌ କରି ଦିଆଯାଇଛି। ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ଭକ୍ତ ତଥା ଜନସାଧାରଣଙ୍କ ପ୍ରବେଶ ବନ୍ଦ କରି ଦିଆଯାଇଛି।