କୁଆ ପଥର ମାଡ଼ରେ ରାୟଗଡ଼ା ବେହାଲ୍

କୁଆ ପଥର ମାଡ଼ରେ ରାୟଗଡ଼ା ବେହାଲ୍

ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ ରାୟଗଡା

#କୁଆ_ପଥର_ମାଡ଼ରେ_ରାୟଗଡ଼ା_ବେହାଲ୍        ରାୟଗଡ଼ା :   ( ଗୁରୁ ପ୍ରସାଦ ସାହୁ)   ରାୟଗଡ଼ା  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚନ୍ଦ୍ରପୁରରେ ବହୁ ଘରର ଚାଳ ଛପର ଉଡ଼ି ଯାଇଥିବା ବେଳେ ରାୟଗଡ଼ାରେ ଗଛ ପଡ଼ି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। କୁଆପଥର ମାଡ଼ରେ ଇଟାଭାଟିରେ କାମ କରୁଥିବା ୬୦ରୁ ଉର୍ଧ୍ବ ଶ୍ରମିକମାନେ ଗୁରୁତର ଆହତ ହେବା ପରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତି କରାଯାଇଛି।

ମଧ୍ୟାହଣ୍ ୧୨ଟାରୁ ଆକାଶ ମେଘାଚ୍ଛନ୍ନ ହେବା ସହ ସାଢ଼େ ୧୨ଟାରୁ ବର୍ଷା ଆରମ୍ଭ ହୋଇଥିଲା। ସମୟକ୍ରମେ ବର୍ଷା ବଢ଼ିବା ସହ ୧ ଘଣ୍ଟା ଧରି ଲାଗି ରହିଥିଲା। ରାୟଗଡ଼ାର ସିରିକଣା ନିକଟରେ ଗଛ ପଡ଼ିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହେବା ସହ ବିଦ୍ୟୁତ୍ ସରବରାହ କିଛି ସମୟ ବନ୍ଦ ରହିଥିଲା। ବିଜୁଳି, ଘଡ଼ଘଡ଼ି ଶବ୍ଦରେ ସାରା ଅଞ୍ଚଳ ପ୍ରକମ୍ପିତ ହେବା ଯୋଗୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ସେହିପରି ଅପରାହଣ୍ ୪ଟାରେ ପୁଣି ବର୍ଷା ହୋଇଥିଲା। କିଛି ସମୟ ବର୍ଷା ହେବା ପରେ ଛାଡ଼ି ଯାଇଥିବା ବେଳେ ରାତି ୮ଟାରେ ପୁଣି ବର୍ଷା ହୋଇଥିଲା। ବର୍ଷା ଯୋଗୁ ଜୀବନଯାତ୍ରା ପ୍ରଭାବିତ ହେବା ସହ କ୍ଷୟକ୍ଷତି ହୋଇଛି। ସହରର ବିଭିନ୍ନ ରାସ୍ତା ପାଣିରେ ବୁଡ଼ି ରହିଥିବା ବେଳେ କିଛି ସ୍ଥାନରେ ଗଛ ପଡ଼ିଛି। ଚନ୍ଦ୍ରପୁର ବ୍ଲକର ସାରକିମା ପଞ୍ଚାୟତର ଗେରେଙ୍ଗାଗୁଡା, ରଣାଗୁଡା, କୁରୁତିପାଡୁ, ଟାପରଙ୍ଗା, ସାରକିମା, ରାପଟାବାଲି ଗ୍ରାମରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ ବହୁ ଘରର ଚାଳ ଛପର ଉଡ଼ି ଯାଇଛି। ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ ବର୍ଷା ଯୋଗୁ ଘରକୁ ଫେରୁଥିବା ବେଳେ ହଠାତ୍ କୁଆପଥର ମାଡ଼ ହୋଇଥିଲା। କୁଆପଥର ମାଡ଼ରେ ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନସ୍ ଯୋଗେ ଚନ୍ଦ୍ରପୁର ମେଡ଼ିକାଲରେ ଭର୍ତି କରାଯାଇଥିଲା।