ଦାନଗୋହୀରରେ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ

ଦାନଗୋହୀରରେ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ

ଓଡିଶା ପୁରୀ

#ଦାନଗୋହୀରରେ_ବନ୍ଦେ_ଉତ୍କଳ_ଜନନୀ_ସମୂହ_ଗାନ       ପିପିଲି : କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ଓ ସମ୍ମାନୀତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଯନାୟକ ଦେଇଥିବା ଆହ୍ବାନ କ୍ରମେ ଶନିବାର ଦିନ ପିପିଲି ନିକଟସ୍ଥ ଦାନଗୋହୀର ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି। ଶନିବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଗ୍ରାମର ମହମ୍ମଦ ସାହେବ ଅଞ୍ଜାର ଅଲ୍ଲୀ ଓ ଅବ୍ଦୁଲ ରଉଫଙ୍କ ନେତ୍ତୃତ୍ବରେ ଗ୍ରାମବାସୀ ମାନେ ଏକତ୍ରୀତ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।ଏହାଦ୍ବାରା ଉତ୍କଳ ମାତାର ସନ୍ତାନ ମାନେ ବିଶ୍ବର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ରାଜ୍ୟର କରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ସହିତ ଏକତାର ବାର୍ତ୍ତାକୁ ପ୍ରସାର କରିବାରେ ସହାୟକ ହୋଇଛନ୍ତି ବୋଲି ଏଥିରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷମାନେ ମତ ଦେଇଥିଲେ।