#ସରପଞ୍ଚମାନେ_ବ୍ୟସ୍ତ_ବିବ୍ରତ_ହୁଅନ୍ତୁ_ନାହିଁ        

ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ,ସଙ୍ଗରୋଧ କେନ୍ଦ୍ରରେ ଶୃଙ୍ଖଳା ରକ୍ଷାରେ ସେମାନଙ୍କର ବଡ଼ ଭୂମିକା ରହିଛି

ଓଡିଶା ବଡ ଖବର

#ସରପଞ୍ଚମାନେ_ବ୍ୟସ୍ତ_ବିବ୍ରତ_ହୁଅନ୍ତୁ_ନାହିଁ               ଭୁବନେଶ୍ୱର: ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ  । ସଂଗରୋଧ କେନ୍ଦ୍ରରେ ଶୃଙ୍ଖଳା ରକ୍ଷାକରିବାରେ ସେମାନଙ୍କର ବଡ଼ ଭୂମିକା ରହିଛି ବୋଲି କହିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଶନିବାର  ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କାଳରେ ସେ ଏହା କହିଛନ୍ତି । ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ   ସଙ୍ଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ସମ୍ପର୍କରେ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ରାଜ୍ୟ ବାହାରୁ ଫେରିଛନ୍ତି । ତେଣୁ ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ହୁଅନ୍ତୁନାହିଁ । ସଙ୍ଗରୋଧ କେନ୍ଦ୍ରରେ ଶୃଙ୍ଖଳା ରଖିବାରେ ସରପଞ୍ଚମାନଙ୍କ ବଡ଼ ଭୂମିକା ରହିଛି । କରୋନା ବିରୋଧୀ ଲଢ଼େଇର ପରିଣାମ ଏହା ଉପରେ ନିର୍ଭର କରୁଛି ।

ଉଲ୍ଲେଖଯୋଗ୍ୟ, ଗଂଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ ପହଞ୍ଚିଛି । ରାଜ୍ୟର ଅନ୍ୟ ଯେକୌଣସି ଜିଲ୍ଲା ତୁଳନାରେ ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରେ ପ୍ରଥମ ଥର ପାଇଁ ଗତ ୩ ତାରିଖରେ ୨ ଜଣ ପୁରୁଷ ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ଗୋଟିଏ ଦିନରେ ୪୩ ଜଣ ସଂକ୍ରମିତ ହୋଇଥିଲେ । ସେହିପରି ୭ ତାରିଖରେ ମଧ୍ୟ ୨୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।