ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ନିତିଦିନିଆ କାମ ବିନା ବାଧା ବିଘ୍ନରେ ସ˚ପନ୍ନ ହେବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଶତ୍ରୁଙ୍କୁ ପରାସ୍ତ କରିବେ।

ବୃଷ: କାରବାରରେ ଆପଣଙ୍କୁ ଲାଭ ମିଳିବ। ପାରିବାରିକ ସମସ୍ୟାର ସମାଧାନ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ଭଲ ରହିବ।

ମିଥୁନ: ଚାକିରିରେ ବିଶେଷ ସଫଳତା ହାସଲ କରିବେ। ସମାଜସେବୀଙ୍କ ଲାଗି ଦିନଟି ଉତ୍ତମ। ପାରିବାରିକ ଜୀବନ ଶାନ୍ତିମୟ ହେବ।

କର୍କଟ: ଈଷ୍ଟଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। କାରବାରରେ ପ୍ରଚୁର ଲାଭ ପାଇବେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରେ।

ସି˚ହ: ଆପଣଙ୍କର କ୍ଷମତା ବଢ଼ିବ। ବଡ଼ଙ୍କ ସମ୍ମତି ଆପଣଙ୍କ ଲାଗି ଲାଭଦାୟକ ହେବ। ଆଇନ ମାମଲର ସମାଧାନ ହୋଇପାରେ।

କନ୍ୟା: ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ବ୍ୟବସାୟରେ ଅ˚ଶୀଦାରଙ୍କ ସହିତ ଜରୁରୀ ଆଲୋଚନା କରିବେ। ସୁସ୍ବାଦୁ ଖାଦ୍ୟ ଖାଇବେ।

ତୁଳା: କାମ ପୂରା କରିବା ଲାଗି ନୂଆ ଯୋଜନା କରିବେ। ଆର୍ଥିକ ମାମଲାରେ ହଇରାଣ ହୋଇପାରନ୍ତି। ଜରୁରୀ କାମରେ ଯାତ୍ରା କରିବେ।

ବିଛା: ବିଶେଷ ଯାତ୍ରାରେ ଯିବେ। ନୂଆ ଲୋକମାନଙ୍କ ସହ ମିଶିବାର ଅବସର ପାଇବେ। ଅବିବାହିତଙ୍କୁ ଜୀବନସାଥୀ ମିଳିପାରେ।

ଧନୁ: ଦୃଢ଼ ବିଶ୍ବାସର ସହ କାମ ପୂରା କରିବାକୁ ଚେଷ୍ଟା କରିବେ। ବେପାରରେ ଲାଭ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ସ୍ବାସ୍ଥ୍ୟ ଭଲ ରହିବ।

ମକର: ପୂଜାପାଠରେ ସମୟ ବିତିବ। ଜୀବନସାଥୀଙ୍କୁ ମନ କଥା କହିବେ। ବେପାରରେ ପ୍ରଗତି ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

କୁମ୍ଭ: ଜରୁରୀ କାର୍ୟ୍ୟରେ ବାଧା ଉପୁଜିପାରେ। ଅଫିସରେ ଉଚ୍ଚ ଅଧିକାରୀଙ୍କ ନିକଟରେ ସାବଧାନତା ଅବଲମ୍ବନ କରନ୍ତୁ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।

ମୀନ: ବେପାରରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିବ। ରାଜନୀତିରେ ସଫଳତା ପାଇବେ। ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ସମୟ ମିଳିବ।