କାଠ ମାଫିଆ ଙ୍କ ଉପରେ ଜଙ୍ଗଲ ବିଭାଗ ର କାର୍ଯ୍ୟାନୁଷ୍ଠାନ, ବେଆଇନ କରତକଳ ଜବତ

କାଠ ମାଫିଆ ଙ୍କ ଉପରେ ଜଙ୍ଗଲ ବିଭାଗ ର କାର୍ଯ୍ୟାନୁଷ୍ଠାନ, ବେଆଇନ କରତକଳ ଜବତ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର
#ବେଆଇନ_କରତକଳ_ଜବତ       ବ୍ରହ୍ମପୁର/ଖଲ୍ଲିକୋଟ/କୋଦଳା     :  ବିଳମ୍ବ ରେ ହେଲେ ମଧ୍ୟ ଜଙ୍ଗଲ ବିଭାଗ ର କାର୍ଯ୍ୟାନୁଷ୍ଠାନ କାଠ ମାଫିଆ ଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିବା ବେଳେ ପରିବେଶ ପ୍ରେମୀ ଙ୍କ ମନରେ ଅଶ୍ବସ୍ତି ଆଣିଦେଇଛି।ଆଜି କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ବେଲଝରି ରେ ବେଆଇନ୍ କରତ କଳ ର ଯନ୍ତ୍ରାଂଶ ସହ ୫୦ ଫୁଟ କାଠ ଗଣ୍ଡି ଜବତ ହୋଇଥିବା ଜଣାପଡ଼ିଛି ।ପ୍ରାପ୍ତ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତ ର ବେଲଝରି ଗ୍ରାମ ଉପକଣ୍ଠରେ ଦୀର୍ଘଦିନ ହେବ ବେଆଇନ୍ ଭାବେ ଚାଲିଥିବା ଏକ କରତ କଳ କୁ ବ୍ରହ୍ମପୁର ଡି ଏଫ୍ ଙ୍କ ନିର୍ଦ୍ଦେଶ କ୍ରମେ ରବିବାର ଅଚାନକ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ବେଆଇନ କରତକଳ ର ସମସ୍ତ ଯନ୍ତ୍ରାଂଶ, ଜେନେରେଟର, ସହ ୫୦ ଫୁଟ ରୁ ଉର୍ଦ୍ଧ୍ବ କାଠ ଗଣ୍ଡି ଜବତ କରି ଖଲ୍ଲିକୋଟ ରେଞ୍ଜର ଅଫିସ କୁ ନିଆ ଯାଇଛି ।ଏହାର ପାଖାପାଖି ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଛି।କିଛି ସମୟ ପାଈଁ ଉକ୍ତ ସ୍ଥାନ ରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ କୋଦଳା ଥାନା ଅଧିକାରୀ ସେମାନଙ୍କ କର୍ମକର୍ତ୍ତାଙ୍କୁ ନେଇ ସେଠାରେ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କୁ ନେଇଥିଲେ । ଏହି ଚଢାଉ ରେ ବ୍ରହ୍ମପୁର ଡିଭିଜିନାଲ ଡି ଏଫ୍ ଓ ଅମ୍ଳାନ ନାୟକ, ଏ ସି ଏଫ୍ ଅଶୋକ କୁମାର ବେହେରା, ମାଧବୀ ଲତା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ମାଜିଷ୍ଟ୍ରେଟ ଦାୟିତ୍ଵ ରେ ଥିବା ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢୀ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସମେତ ୪ ଗୋଟି ଫରେଷ୍ଟ ରେଞ୍ଜ୍ ଯଥା ଦିଗପହଣ୍ଡି, ପୋଲସରା , ଛାମୁଟିଆ ପଲ୍ଲୀ, ଖଲ୍ଲିକୋଟ ର ବହୁ କର୍ମକର୍ତ୍ତା,ବ୍ରହ୍ମପୁର ଡିଭିଜନ ର ମୋବଇଲ୍ ଷ୍ଟାଫ୍, ପୋଲିସ୍ ବିଭାଗର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ । ତେବେ ଜଙ୍ଗଲ ମାଫିଆ ଵିରୁଦ୍ଧ ରେ ଆଗାମୀ ଦିନରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଡ଼ି ଏଫ ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି।