ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ନିଜେ ରକ୍ତ ଦେଲେ ଜିଲ୍ଲାପାଳ

ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ନିଜେ ରକ୍ତ ଦେଲେ ଜିଲ୍ଲାପାଳ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର
#ନିଜେ_ରକ୍ତ_ଦେଲେ_ଜିଲ୍ଲାପାଳ           ଛତ୍ରପୁର : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ  ଆଜି ଶେରଗଡ ବ୍ଲକ ଅଲାରିଗଡ ରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ୍ ରେ ରକ୍ତ ଦାନ କରିଛନ୍ତି । ଲକ୍ ଡାଉନ୍ ସମୟରେ ରକ୍ତ ର ଅଭାବ ଲାଗି ରହିଥିବା ବେଳେ ଗଂଜାମ ଜିଲ୍ଲା ରେ ଅଲାରିଗଡ ରୁ ଆରମ୍ଭ ହୋଇଛି ମୋବାଇଲ୍ ରକ୍ତ ସଂଗ୍ରହ ଭ୍ୟାନ୍ । ଗଂଜାମ ଜିଲ୍ଲା ପାଳ ଅଲାରିଗଡ ରେ ପହଞ୍ଚିବା ପରେ ମୋବାଇଲ୍ ଗାଡି ବୁଲି ଦେଖିଥିଲେ ।  ରକ୍ତ ଦାନ କରିବା ପାଇଁ ଉପସ୍ଥିତ ଲୋକ ଙ୍କୁ କହିଥିଲେ । ଏହି ସମୟରେ ହଠାତ୍ ମୁଁ ‘ଏହି ଭ୍ୟାନ୍ ରେ ରକ୍ତ ଦେବି ବୋଲି କହି ଭ୍ୟାନ୍ ଉପରକୁ ଚଢିଥୀଲେ । ଜିଲ୍ଲାପାଳ କରୋନା ର ମୁକାବିଲା କରିବା ପାଇଁ ଦିନ ରାତି ଏକ କରି ଲୋକଙ୍କୁ ସଚେତନ କରିଆସୁଛନ୍ତି ।ଲକ୍ ଡାଉନ୍ ସମୟରେ ନିଜେ ବୁଲି ବୁଲି  ଲୋକଙ୍କୁ ବୁଝାଇବା ସହ ସାମାଜିକ ଦୂରତା ପାଇଁ କହିଆସୁଛନ୍ତି । ଯେଉଁଥୀ ପାଇଁ ଗଂଜାମ ଜିଲ୍ଲା ରେ ବର୍ତ୍ତମାନ ସୁଦ୍ଧା  କରୋନା ର ଦୃଢତାର ସହିତ ମୁକାବିଲା ହୋଇପାରିଛି । ତେବେ ଏହି ସମୟରେ ରକ୍ତ ର ଅଭାବ ଲାଗି ରହୁଥିବା ବେଳେ ବ୍ୟସ୍ତତା ମଧ୍ୟ ରେ ଥାଇ ସୁଦ୍ଧା ରକ୍ତ ଦାନ କରିବା ସମସ୍ତ କଂ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।ଏହା ପରେ  ବ୍ରହ୍ମପୁର ବ୍ଲଡ ବ୍ୟାଙ୍କ ରୁ ଆସିଥିବା ଡାକ୍ତର ଓ କର୍ମଚାରୀ ପ୍ରସ୍ତୁତି କରିଥିଲେ ଓ ରକ୍ତ ସଂଗ୍ରହ କରିଥିଲେ ଏବଂ   ରକ୍ତ ଦେଇ ଭ୍ୟାନ୍ ର ଶୁଭାରମ୍ଭ କରିଥିଲେ । ଭ୍ୟାନ୍ ମଧ୍ୟ ରେ ଶୀତ ତାପ ନିୟନ୍ତ୍ରିତ ରହିଛି ।ରକ୍ତ ଦାତା ମାନେ ରକ୍ତ ଦାନ ଦେବା ପାଇଁ ଉତ୍ସାହିତ ହେବେ ବୋଲି କହିଛନ୍ତି ଜିଲ୍ଲାପାଳ । ପୂର୍ବରୁ ଗାଁ ରେ ହେଉ କିମ୍ବା ସହର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଥିଲା । ଏଣିକି ଯେଉଁ ସ୍ଥାନରେ ଶିବିର କରିବା ପାଇଁ କିଛି ଅସୁବିଧା ହୁଏ ତାହା ହେଲେ  ଏହି ମୋବାଇଲ୍ ଭ୍ୟାନ୍ ଗାଁ ରେ ପହଞ୍ଚି ରକ୍ତ ସଂଗ୍ରହ କରିବ ।ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ରକ୍ତ ଅଭାବ ଯେପରି ରହିବ ନାହିଁ ସେଥିପାଇଁ ଗୁରୁତ୍ୱ ଦେଉଛନ୍ତି ସରକାର । ତେଣୁ ରକ୍ତ ଦାନ କରିବା ଆମ ସମସ୍ତଙ୍କ ମହାନତା ବୋଲି କହିଥିଲେ ଜିଲ୍ଲା ପାଳ ।ଏହି ଅବସରରେ ସମାଜସେବୀ ତଥା ବିଜେଡି ନେତା ପିଣ୍ଟୁ ପଟ୍ଟନାୟକ, ଶେରଗଡ ବିଡିଓ ସୁରଞ୍ଜନ ସାହୁ , ତହସିଲଦାର ଦୟାସିନ୍ଧୁ ପରିଡା , ସିଡିପିଓ , ଜଳ ଓ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ମଳୟ କୁମାର ନାୟକ, ଶଶାଙ୍କ ଶେଖର ପାଢ଼ୀ, ବ୍ଲକ କନିଷ୍ଠ ଯନ୍ତ୍ରୀ ଟି. ରଂଜିତ ପାତ୍ର ଙ୍କ ସମେତ ବହୁ ସରକାରୀ ଅଧିକାରୀ  ଉପସ୍ଥିତ ଥିଲେ ।