ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକ ପାଳନ

ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକ ପାଳନ

ଓଡିଶା ଜିଲ୍ଲା ପୁରୀ
#ବିଜୁ_ବାବୁଙ୍କ_୨୩ତମ_ଶ୍ରାଦ୍ଧ_ବାର୍ଷିକ_ପାଳନ       ପିପିଲି  : ( ବିଜୟ  କୁମାର ମହାପାତ୍ର )       ପିପିଲି ବିଜେଡି ପକ୍ଷରୁ ଦଳୀୟ କାର୍ଯ୍ୟାଳୟଠାରେ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି । ଏହି ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ଫମାଲ୍ୟ ଦିଆଯାଇ ନିରାଡମ୍ବରରେ ପାଳନ ହୋଇଛି । ବିଶ୍ୱ ମହାମାରୀ କୋରନା ପାଇଁ ସାମାଜିକ ଦୁରତା ବଜାୟ ରଖିବା ସହ  କର୍ମୀ ମାନେ ବିଜୁ ବାବୁ ଅମର ରହେ ସ୍ଲୋଗାନ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଛୋଟରାୟ,ଆତ୍ମା ଅଧକ୍ଷ ଧରଣୀଧର ସାହୁ,ଆଇନଜୀବୀ ଶ୍ରୀଧର ପ୍ରଧାନ,ଯୁବ ବିଜେଡି ଜିଲ୍ଲା ଉପସଭାପତି ନାରାୟଣ ସ୍ୱାଇଁ,ପିପିଲି ଡେଲାଙ୍ଗ ବିଜୁଜନତା ଦଳ କାର୍ଯ୍ୟାଳୟ ସମ୍ପାଦକ ସନ୍ତୋଷ ସାହୁ,ପୁର୍ବତନ ଏନଏସି ଅଧ୍ୟକ୍ଷ ସେକ୍ ବାବୁ ,କାଉନସିଲର ଅଜୟ ମହାରଣା ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୁରତା ବଜାୟ ରଖି ଏହି ଶ୍ରାଦ୍ଧ ଦୀବସ ପାଳନ କରିଥିଲେ । ଏହି ଆନୁକୁଲ୍ୟରେ ବିଶ୍ୱ ମହାମାରୀ କୋରନା ସଂକ୍ରମିତ ନହେବା ଲଢେଇରେ ସାମ୍ବାଦିକ ମାନଙ୍କ ଅଗ୍ରଣି ଭୁମିକା ରହିଥିବା ଆତ୍ମା ଅଧକ୍ଷ ଧରଣୀଧର ସାହୁ ପ୍ରକାଶ କରିଥିବା ସହ ଉପାଧକ୍ଷ ଶ୍ରୀଯୁକ୍ତ ସ୍ୱାଇଁ ସାମ୍ବାଦିକ ମାନଙ୍କୁ ମାସ୍କ,ଗ୍ଲୋବ୍ସ,ସାବୁନ ବଣ୍ଟନ କରିଥିଲେ