ତରଙ୍ଗୀଣୀ ଲେୟାର ଲିଃ ରେ ଦୁର୍ଘଟଣା ୫ ଶ୍ରମିକ ଗୁରୁତର

ତରଙ୍ଗୀଣୀ ଲେୟାର ଲିଃ ରେ ଦୁର୍ଘଟଣା ୫ ଶ୍ରମିକ ଗୁରୁତର

ଓଡିଶା ଗଞ୍ଜାମ ଜିଲ୍ଲା

#ତରଙ୍ଗୀଣୀ_ଲେୟାର_ଲିଃରେ_ଦୁର୍ଘଟଣା_୫_ଶ୍ରମିକ_ଗୁରୁତର               ବ୍ରହ୍ମପୁର  : ଆସିକା ନିକଟସ୍ଥ ତରଙ୍ଗୀଣୀ ଲେୟାରସ୍ ପ୍ରାଇଭେଟ ଲିଃ ରେ ରବିବାର ଦୁର୍ଘଟଣାରେ ୫ ଶ୍ରମିକ ଗୁରୁତର ହୋଇଛନ୍ତି । ୧୦ ରୁ ୧୨ ଜଣ କାମ କରୁଥିବା ଗୋଦାମ ଗୃହରେ ଦାନା ବସ୍ତା ଲୋଡ କରୁଥିବା ସମୟରେ ୨୦ ଫୁଟ ଉଚ୍ଚର ବସ୍ତା ଅଚାନକ ଧସେଇ ଖସିବା ଦ୍ବାରା ୫ ଜଣ ଗୁରୁତର ହୋଇ ବ୍ରହ୍ମପୁରରେ ୩ ଜଣ ଚକିତ୍ସିତ ହେଉଛନ୍ତି ଏବଂ ୨ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ହେବା ଯୋଗୁଁ କଟକ ରେଫର କରାଯାଇଛି । ସାମାନ୍ୟ ଆହତ ହୋଇଥିବା ୩ଜଣଙ୍କ ପ୍ରାଥମିକ ଚିକିତ୍ସା ପରେ ଆସିକାରୁ ଫେରିଛନ୍ତି । ପଲ୍ଲିମାଳର ଲୋକନାଥ ଲେଙ୍କା ବୟସ ୩୮, ପାଣ୍ଡିଆପଥର ନାରାୟଣପୁର ର ନିରାକାର ଦୋରା  ବୟସ ୩୫, ଭେଟନଇ ର ଯୋଗୀ ଦାଶ ବୟସ ୪୫  ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସା କରାଯାଉଛି ଏବଂ ଜୀବନ ସହ ସଂଘର୍ଷ କରୁଥିବା ଭେଟନଇର ଗୋପୀନାଥ ସାହୁ(୫୦) ଏବଂ କଞ୍ଚୁରୁର ଜଗା ନାୟକ(୨୫) ଙ୍କୁ କଟକ ବଡମେଡିକାଲକୁ ପଠାଯାଇଛି । ଏମାନେ ସମସ୍ତେ ଦିନ ମଜୁରିଆ,  ୩୦୦ଟଙ୍କା  ମଜୁରୀ ନେଲେ ଏମାନଙ୍କ ପରିବାର ପ୍ରତିପୋଷଣ ହୁଏ, ଏମାନଙ୍କ ମହିଳା ମାନେ ମଧ୍ୟ ଏଠାରେ କାମ କରି ୧୮୦ ଟଙ୍କା ମଜୁରୀ ପାଆନ୍ତି । ଏଭଳି ଗୁରୁତର  ଦୁର୍ଘଟଣାକୁ ଚପେଇ ଦେଇ ରଫା ରଫା କରିବା ପାଇଁ କମ୍ପାନୀର ମାଲିକ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି । ଘଟଣା ଘଟିଲା ପରେ ଯୋଗୀ ଦାଶଙ୍କ ସ୍ତ୍ରୀ ଙ୍କୁ ଦେଖିବା ପାଇଁ ସୁଯୋଗ ଦିଆଯାଇନାହିଁ କି ଲୋକନାଥ ଲେଙ୍କାଙ୍କ ପରିବାରକୁ ସୁଯୋଗ ମିଳିନାହିଁ । ସକାଳ ୮ ଟାରେ  ଘଟଣା ଘଟିଥିଲେ ମଧ୍ୟ ପୋଲିସ କେସ ହୋଇନାହିଁ କି ମେଡିକାଲ ପକ୍ଷରୁ ଆସିକା ଥାନାକୁ ସୂଚନା ପ୍ରଦାନ କରାଯାଇନାହିଁ । ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କୁ ଏ ସମ୍ପର୍କରେ  ପଚାରିବାରୁ ସେ ଜାଣିନାହାନ୍ତି ବୋଲି ପ୍ରକାଶ କରିଛନ୍ତି। କରୋନା ସଟଡାଉନ ଆଳରେ ଗରିବ ଖଟିଖିଆଙ୍କ ଜୀବନ ସହ ଖେଳ ଖେଳିବା ଅତ୍ୟନ୍ତ ଦୁଃଖ ଦାୟକ । କମ୍ପାନୀର ମାଲିକ ଘଟଣାକୁ ଚପାଇଦେବାକୁ କାହିଁକି ଉଦ୍ୟମ କରୁଛନ୍ତି ତାହା ତୁରନ୍ତ ତଦନ୍ତ ସାପେକ୍ଷ। ଶ୍ରମିକମାନଙ୍କର ଚିକିତ୍ସା ଜନିତ ସମସ୍ତ ଦାୟିତ୍ୱ ଓ ସେମାନଙ୍କ ଭବିଷ୍ୟତର ସୁରକ୍ଷା ପାଇଁ କମ୍ପାନୀ ମାଲିକ ଦାୟିତ୍ୱ ନେବା ପାଇଁ  ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଦୃଢ ଦାବୀ ରଖିଛନ୍ତି । ୪୦ ଜଣ ମହିଳା ଓ ୨୦ଜଣ ପୁରୁଷ ଶ୍ରମିକ କାମ କରୁଥିବା ଏହି ଲେୟର ଲିଃ କମ୍ପାନୀର ସମସ୍ତ ସୁରକ୍ଷା ଦିଗ ଯାଞ୍ଚ କରିବା ସହ ଶ୍ରମବିଭାଗ ତୁରନ୍ତ ହସ୍ତକ୍ଷେପ କରିବାର  ଆବଶ୍ୟକତା ରହିଛ ।