ତିନୋଟି ଗୋଡ ଥିବା କୁକୁଡା ଛୁଆ

ତିନୋଟି ଗୋଡ ଥିବା କୁକୁଡା ଛୁଆ

ଓଡିଶା କଳାହାଣ୍ଡି ଜିଲ୍ଲା
#ତିନୋଟି_ଗୋଡ_ଥିବା_କୁକୁଡା_ଛୁଆ           ଧର୍ମଗଡ : ( ଲକ୍ଷ୍ମୀ କାନ୍ତ ଧଙ୍ଗଡା ମାଝୀ )     ପୃଥିବୀରେ ଭଗବାନ ମଣିଷ ସହିତ ଅନେକ ଜୀବଜନ୍ତୁ ସୃଷ୍ଟି କରିଛନ୍ତି । ସେଥିମଧ୍ୟରୁ ଦଇବକୃତ ହେଉ ଅବା ତାଙ୍କର ଭାଗ୍ୟର ବିଡମ୍ବନା ହେଉ ଅନେକ ଜୀବ ବିକଳାଙ୍ଗ ଅଛନ୍ତି ତ ଆଉ କେତେ ଜୀବଙ୍କର ଅଦ୍ଭୁତ ପ୍ରକାର ସମସ୍ୟା ଥିବାର ବେଳେବେଳେ ଦେଖାଯାଏ ।ଫଳରେ ଅନେକ ଜୀବ ଅଛନ୍ତି ସେମାନେ ସାଧାରଣ ଜୀବଠାରୁ ଭିନ୍ନ ଦେଖାଯାଆନ୍ତି ।ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡି ଜିଲ୍ଲା ମ:ରାମପୁର ବ୍ଲକ୍ ଅନ୍ତର୍ଗତ ମୁଡିଙ୍ଗ୍ ଗ୍ରାମ ପଞ୍ଚାୟତ ସ୍ଥିତ କର୍ଲାବାହାଲି ଗ୍ରାମର ଧରଣୀପଡାର  ରତ୍ନାକର ମାଝୀଙ୍କ ଘରେ ଏକ  ତିନୋଟି ଗୋଡଥିବା କୁକୁଡାଛୁଆ ଜନ୍ମ ନେଇଥିବା ଦେଖିବାକୁ ମିଳିଛି । ରତ୍ନାକରଙ୍କର ଏକ  କୁକୁଡା ୮ଟି ଅଣ୍ଡା ଦେଇ ଗତ ମଇ ୨୦ ତାରିଖ ବୁଧବାର ଦିନ ୮ଟି ଛୁଆ ଜନ୍ମ ଦେଇଥିଲା ।ଏହି ୮ଟି ଛୁଆ ମଧ୍ୟରୁ ଗୋଟିଏ ଛୁଆର ତିନୋଟି ଗୋଡଥିବା ଦେଖିବାକୁ ମିଳିଥିଲା ।ଛୁଆର ୨ଟି ଗୋଡ ଠିକ ଯାଗାରେ ଥିବାବେଳେ ତୃତୀୟ ଗୋଡଟି ଲାଞ୍ଜର ପୁଛର ତଳ ଭାଗରେ ଥିବା ଦେଖିବାକୁ ମିଳିଛି । ଛୁଆର ୨ଟି ଗୋଡ ଠିକଠାକ ଚାଲୁଥିବାବେଳେ ତୃତୀୟ ଗୋଡଟି କାମନକରି ଝୁଲନ୍ତା ଅବସ୍ଥାରେ ରହିଛି ।ବର୍ତ୍ତମାନ କୁକୁଡାଛୁଆର ସ୍ଵାସ୍ଥ୍ୟ ଅବସ୍ଥା ଠିକଥାଇ ସେ ଠିକ୍ ଭାବରେ ଚରାବୁଲା କରୁଥିବା କୁକୁଡା ମାଲିକ ପ୍ରକାଶ କରିଛନ୍ତି ।ଏହା ଏକ ଅଦ୍ଭୁତ ପ୍ରକାର କୁକୁଡା ଛୁଆ ହୋଇଥିବାରୁ ଖୁବ୍ କମ୍ ସମୟରେ ଅଞ୍ଚଳରେ ଖବର ବ୍ୟାପିଥିଲା ଫଳରେ କୁକୁଡାଛୁଆକୁ ଦେଖିବାକୁ କୁକୁଡା ମାଲିକଙ୍କ ଘରକୁ ଅନେକ ଲୋକ ଆସି ଦେଖିଯାଉଥିବା ଦେଖିବାକୁ ମିଳିଛି ।