୨୪ ଘଣ୍ଟାରେ ୫୪୩ କରୋନା ପଜିଟିଭ୍ ଚିହ୍ନଟ ,ସଂକ୍ରମିତଙ୍କ ସଂଖ୍ୟାରେ ସବୁଠୁ ଆଗରେ ଗଞ୍ଜାମ

ଜଗତସିଂହପୁର ଜିଲ୍ଲାରେ ୪ ନୂଆ କରୋନା ପଜିଟିଭି ଚିହ୍ନଟ

ଓଡିଶା ଜଗତସିହଂପୁର ଜିଲ୍ଲା

#ଜଗତସିଂହପୁର_ଜିଲ୍ଲାରେ_୪_ନୂଆ_କରୋନା_ପଜିଟିଭି_ଚିହ୍ନଟ         ଜଗତସିଂହପୁର  : କରୋନା ଭୁତାଣୁ ପ୍ରତିଦିନ ବିଶ୍ୱରେ ମୁଣ୍ଡ ନେଇଚାଲି ଥିବାବେଳେ ଓଡିଶା ମଧ୍ୟ କରୋନା କବଳରୁ ବାଦ ପଡ଼ିନାହିଁ । ପ୍ରତିଦିନ ପଜିଟିଭି ସଂଖ୍ୟା ବୃଦ୍ଧି ପାଉଛି । ସେହିପରି ରବିବାର  ଜଗତସିଂହପୁର ଜିଲ୍ଲାରେ ୪ ଜଣ ନୂଆ କରୋନା ପଜିଟିଭି କୁ ମିଶାଇ ଜିଲ୍ଲାରେ ୨୭୨ ସଂଖ୍ୟାରେ ପହଂଚିଲାଣି । ସେଥିମଧ୍ୟରୁ ୧୬୮ଣ ସୁସ୍ଥ ହୋଇ ଫେରିଥିବାବେଳେ ୧୦୪ଜଣ ଚିକିତ୍ସାଧୀନ ଅଛନ୍ତି । ର ଚିହ୍ନଟ ୪ଜଣ ମଧ୍ୟରୁ   ରଘୁନାଥପୁର ବ୍ଲକ ଅଞ୍ଚଳର ୧ ଜଣ ପଶ୍ଚିମବଙ୍ଗରୁ ଫେରି ଅଶ୍ୱନି ହସ୍ପଟାଲରେ ପରିକ୍ଷ୍ୟା କରାଇବାପରେ ପଜିଟିଭି ରିପୋଟ ବାହାରିଲାପରେ ସେଠାରେ ଚିକିତ୍ସା ହେଉଛନ୍ତି ।ରବିବାର ସେହିପରି ଜଗତସିଂହପୁର ବ୍ଲକ ଅଂଚଳ ସଂଗରୋଧ କେନ୍ଦ୍ରରେ ଥିବା ୨ଜଣ ପ୍ରବାସୀ ହୋଇଥିବାବେଳେ ୧ଜଣ ପ୍ରବାସୀ ଜଗତସିଂହପୁର ଟାଉନ ସଂଗରୋଧ କେନ୍ଦ୍ରରେ ଥିଲେ ।  ଏହି ୩ ଜଣଙ୍କୁ  ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲକୁ ପଠାଇଦିଆଯାଇଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଟୁଇଟ କରି ସୂଚନା ଦେଇଛନ୍ତି ା