ମହାମାରୀ ସମୟରେ ଫାଇନାନ୍ସ କମ୍ପାନୀର ଅର୍ଥ ଆଦାୟ ନେଇ ଅସନ୍ତୋଷ

ମହାମାରୀ ସମୟରେ ଫାଇନାନ୍ସ କମ୍ପାନୀର ଅର୍ଥ ଆଦାୟ ନେଇ ଅସନ୍ତୋଷ

ଓଡିଶା ଗଞ୍ଜାମ ଜିଲ୍ଲା

#ଫାଇନାନ୍ସ_କମ୍ପାନୀର_ଅର୍ଥ_ଆଦାୟ_ନେଇ_ଅସନ୍ତୋଷ            ସୋରଡା  :  କରୋନା କୁ ନେଇ ସମଗ୍ର ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁ ଥିବା ବେଳେ।ଆର୍ଥିକ ସ୍ଥିତି ଦୁର୍ବଳ ହେବାକୁ ଲାଗିଛି।ରାଜ୍ୟ ରେ ଗଞ୍ଜାମ ଜିଲ୍ଲା କରୋନା ରେ ଅଧିକ ଆକ୍ରାନ୍ତ ହେବାରେ ଲାଗିଛି।ଏହାକୁ ଦେଖି ଜିଲ୍ଲାପାଳ ପ୍ରଥମେ ୧୦ଦିନ ପାଇଁ ସରକାରୀ କାର୍ଯ୍ୟାଳୟ କୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରିଥିବା ବେଳେ ବର୍ତମାନ ୪ଦିନ ପାଇଁ ସମ୍ପୂର୍ଣ୍ଣ ଭାବେ ସଟ  ଡାଉନ କରିଛନ୍ତି।ସରକାର ଗ୍ରାମାଞ୍ଚଳ ର  ଶ୍ରମଜୀବୀ ଓ କୃଷିଜୀବୀ ଙ୍କ ପାଇଁ ବିଭିନ୍ନ କିଛି ରିଲିଫ ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ସମୟ ରେ କୌଣସି ଋଣ ଆଦାୟ କରିବା ପାଇଁ ମନା କରିଥିଲେ।କିନ୍ତୁ ସୋରଡା ଅଂଚଳ ରେ  ଏହାର ବ୍ୟତିକ୍ରମ ଦେଖା ଦେଇଛି।ଭାରତ ଫାଇନାନ୍ସ, ଅର୍ଣ୍ଣପୁରନା ଫାଇନାନ୍ସ ଓ ଆରୋହଣ ଫାଇନାନ୍ସ ଭଳି କେତୋଟି ଫାଇନାନ୍ସ ସଂସ୍ଥା ଏଭଳି ପରିସ୍ଥିତି ରେ ମଧ୍ୟ ଜୋର ଜବରଦସ୍ତ ମହିଳା ଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ଆସିଛି।ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।