ଟିକିରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ

ଟିକିରିରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ

ଓଡିଶା ଜିଲ୍ଲା ରାୟଗଡା
#ଟିକିରି_ବନ୍ଦେ_ଉତ୍କଳ_ଜନନୀ_ସଙ୍ଗୀତ_ଗାନ_କରାଯାଇଛି      କାଶୀପୁର( କୈଳାଶ ବାଗ ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ମୁଖ୍ୟ ରାସ୍ତା ରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଏହି ଲଢେଇରେ ପ୍ରମୁଖ ଭୂମିକା ତୁଲାଇ ଥିବା , ସମସ୍ତ ସ୍ବାସ୍ଥ୍ୟ କର୍ମୀ ,ଡାକ୍ତର , ପୁଲିସ୍ କର୍ମଚାରୀ ,ଆଶା ଦିଦି ସରପଞ୍ଚ ଅଙ୍ଗନଓ୍ବାଡି କର୍ମୀଙ୍କ  ମନୋବଳ ବୃଦ୍ଧି କରିବା ପାଇଁ ଶନିବାର ୫ . ୩୦ ସମୟରେ ସାମାଜିକ ଦୂରତା ରକ୍ଷାକରି ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା। ଏଥିରେ ସ୍ଥାନୀୟ ବଣିକ ସଙ୍ଘ , ବିକାଶ ପରିଷଦ , ସାମ୍ବାଦିକ  ସଙ୍ଘ, ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଶିଶୁ ବିଦ୍ୟା ମନ୍ଦିର, ଏବଂ  ସ୍ଥାନୀୟ ପୋଲିସ ଷ୍ଟେସନ ଅଧିକାରୀ ସୁଜ୍ଞାନୀ ସାହୁଙ୍କ ତତ୍ତ୍ବାବଧାନରେ ପୋଲିସ କର୍ମଚାରୀ  ,ସ୍ଥାନୀୟ ବଣିକ ସଙ୍ଘ ସଭାପତି  ମନୋଜ ବେହେରା ,ଟିକିରି ବିକାଶ ପରିଷଦ ର ସଭ୍ୟ ମାନେ ସାମ୍ବାଦିକ , ମହେନ୍ଦ୍ର ସ୍ବାଇଁ ,ରା କେ ନାଏକ , ପ୍ରଫୁଲ କୁମାର ବେହେରା ,ଡମ୍ବୁରୁ ଧର ବେହେରା ,ହୃଷିକେଶ ସାହୁ , ପ୍ରସାଦ ରାଓ , ସ୍ଥାନୀୟ ପୋଲିସ ଅଫିସର ବିକାଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।