ପିପିଲିରେ ବନ୍ଦେ ଉତ୍କଳ ଜନନୀ

ପିପିଲିରେ ବନ୍ଦେ ଉତ୍କଳ ଜନନୀ 

ଓଡିଶା ପୁରୀ ବଡ ଖବର
#ପିପିଲିରେ_ବନ୍ଦେ_ଉତ୍କଳ_ଜନନୀ        ପିପିଲି   : ( ବିଜୟ କୁମାର ମହାପାତ୍ର)   କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଓ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପିପିଲିବାସୀ ଶନିବାର ସଂନ୍ଧ୍ୟା ସାଢେ ୫ଟାରେ “ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ଼ ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିଛନ୍ତି । ପିପିଲି ପୁଲିସ ପକ୍ଷରୁ ନିଆରା ଢଙ୍ଗରେ “ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ପିପିଲି ଥାନା ସମ୍ମୁଖ ମୁଖ୍ୟରାସ୍ତା ଉପରେ ଏସ୍‌ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶରତ କୁମାର ସାହୁ, ଏସ୍‌ଆଇ ସନ୍ଦୀପ ଦାସ, ସୁରମା ସ୍ୱାଇଁ, ସଂଘମିତ୍ରା ଚାନ୍ଦଙ୍କ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସାମାଜିକ ଦୂରତ୍ୱ ପାଳନ କରି ଧାଡିରେ ଠିଆ ହୋଇ “ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ସଂଖ୍ୟାରେ ଅଞ୍ଚଳର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ଯୁବକଯୁବତୀମାନେ ଠିଆ ହୋଇ ପୁଲିସ ସହ ଏହି ସଙ୍ଗୀତ ଗାନ କରିଥିଲେ ।  ସେହିପରି ସମଗ୍ର ପିପିଲିର ସହରବଜାର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସଙ୍ଗୀତ ଗାନ କରିଥିବା ପରିଲକ୍ଷିତ ହୋଇଥିଲା ।କରୋନା ଯୋଦ୍ଧାମାନଙ୍କ ପାଇଁ  ସେହୀପରୀ ଡେଲାଙ୍ଗ ବ୍ଲକରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାଇ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କର ଉତ୍ସାହ ବଢାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନ ୫.୩୦ ଘଂଟା ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଓଡିଶା ଓ ଓଡିଶା ବାହାରେ ଓ ସାରା ବିଶ୍ୱରେ ଥିବା ଓଡିଆମାନଙ୍କୁ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମିଲ ହୋଇ ସମଗ୍ର ଡେଲାଙ୍ଗ ଏକ ପରିବାର ହୋଇ କରୋନା ଯୋଦ୍ଧା ଙ୍କ ଉଦ୍ଦେଶ୍ୟ ରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଡେଲାଙ୍ଗ ପିପିଲି ବିଧ୍ଯାୟକ ପ୍ରଦୀପ ମହାରଥୀ ଓ ତାଙ୍କ ଧର୍ମପତ୍ନି ଅଧ୍ୟାପିକା ଡ.ପ୍ରତିଭା ମହାରଥୀ  ହୁଙ୍କେଇ ପୁରଠାରେ କରୋନା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ଗିତ ଗାନ କରିଛନ୍ତି  ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ କ୍ଷୀରୋଦ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ, ଡେଲାଙ୍ଗ ଥାନା ରେ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ, ତହସିଲ୍ କାର୍ଯ୍ୟାଳୟରେ ତହସିଲଦାର ରାଜେନ୍ଦ୍ର ଆଚାରିଆ, ପ୍ରଭାତ କ୍ଲବ ପକ୍ଷରୁ ପଦ୍ମନାଭ ବରାଳ, ପ୍ରଦୀପ୍ତ ସ୍ୱାଇଁ, ବ୍ରହ୍ମାନଂଦ ପରିଡା ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜାଣଇ ଥିଲେ।  ସେହିପରି ତେଇସିପୁର ଠାରେ ସରପଞ୍ଚ ନରେନ୍ଦ୍ର ଦାଶ ଓ ସମିତି ସଭ୍ଯ ଧରଣୀଧର ସାହୁ ପ୍ରମୂଖ ମାନଙ୍କ ଦ୍ବାରା ବନ୍ଦେ ଉତ୍କଳ ଜନନୀ ଗିତ ଗାନ କରିବା ସହିତ କରୋନା ଯୋଦ୍ଧା ଆଶା ଅଙ୍ଗନଔଡି ସ୍ବାସ୍ଥ୍ୟ କର୍ମି ଶିକ୍ଷକ ମାନଙ୍କୁ ଫୁଲତୋଡା ଦେଇ ସମ୍ମାନିତ କରାଯାଇଛି ।ସେହିପରି ଡେଲାଙ୍ଗର ବିଭିନ୍ନ ପଞ୍ଚାୟତ, କରେଣ୍ଟାଇନ ସେଣ୍ଟର ଓ ଜନସାଧାରଣ ମାନେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।