ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ ଲାଗି ରହିଛି ବଡ ଧରଣର ଭୂମିକମ୍ପ ବିପଦ

ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ ଲାଗି ରହିଛି ବଡ ଧରଣର ଭୂମିକମ୍ପ ବିପଦ

ଦେଶ -ବିଦେଶ ବଡ ଖବର ବିଶେଷ

#ବଡ_ଧରଣର_ଭୂମିକମ୍ପ_ବିପଦ  କାନପୁର :  ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ଆସିପାରେ ଭୀଷଣ ଭୂମିକମ୍ପ। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୫ରୁ ୮.୫ ପର୍ଯ୍ୟନ୍ତ ରହିପାରେ। ଆଇଆଇଟି କାନପୁରର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜାଭେଦ ଏନ୍.ମଲିକ ଏହି ସୂଚନା ଦେଇଛନ୍ତି। ଏଥିଲାଗି ସେ ଯେଉଁ କାରଣ କହିଛନ୍ତି ତାହା ହେଉଛି ଗତ ୫ଶହ ବର୍ଷରେ ଗଙ୍ଗା ସମତଳ ଅଞ୍ଚଳରେ ସେପରି କୌଣସି ବଡ ଧରଣର ବନ୍ୟା ଆସିନଥିବା।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଆଇଆଇଟି କାନପୁର ଡିଜିଟାଲ ଆକ୍ଟିଭ ଫଲ୍ଟ ମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଅର୍ବାନ ପ୍ଲାନର, ବିଲ୍ଡର ଓ ସାଧାରଣ ଲୋକଙ୍କ ସତର୍କତା ନିମନ୍ତେ ଏହି ଆଟଲାସର ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଫେସର ମଲ୍ଲିକ ଏହି ଆଶଙ୍କା ପ୍ରକାଶ କରିଛନ୍ତି। ଏଥିଲାଗି ରାନଗମରରେ କରାଯାଇଥିବା ଖନନରୁ ୧୫୦୫ ଓ ୧୮୦୩ ମସିହାର ଭୂମିକମ୍ପ ଅବଶେଷ ମିଳୁଥିବା କହିଛନ୍ତି। ସେହିପରି ଦେଶରେ ୧୮୮୫ରୁ ୨୦୧୫ ମଧ୍ୟରେ ଦେଶରେ ୭ଟି ବଡଜ ଧରଣର ଭୂମିକମ୍ପ ହୋଇଛି। ଯେଉଁଥିରୁ ୩ଟି ଭୂମିକମ୍ପର ତୀବ୍ରତା ୭.୫ରୁ ୮.୫ ମଧ୍ୟରେ ଥିଲା।

୨୦୦୧ ମସିହାରେ ଗୁଜୁରାଟ ଭୂଜରେ ହୋଇଥିବା ଭୂମିକମ୍ପ ସେଛାରୁ ୩୦୦ କିଲୋମିଟର ଦୂର ଅହମଦାବାଦରେ ବି ଭୀଷଣ କ୍ଷୟକ୍ଷତି କରିଥିଲା।   ଏଣୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଏହି ଡିଜିଟାଲ ଆଟଲାସ ପ୍ରସ୍ତୁତ କରାଯାଉଛି। ଏଥିରେ ସକ୍ରିୟ ଫଲ୍ଟ ଲାଇନର ଚିହ୍ନଟ ସହିତ ପୂରୁଣା ଭୂମିକମ୍ପ ରେକର୍ଡ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏଥିରୁ ଲୋକେ ଫଲ୍ଟ ଲାଇନରୁ ସେମାନେ କେତେ ସୁରକ୍ଷିତ ଦୂରତାରେ ଅଛନ୍ତି ତାହା ନିଜେ ସ୍ଥିର କରିପାରିବେ ଓ ନିର୍ମାଣ କରିବା ବେଳେ ସତର୍କତା ଅବଲମ୍ବନ କରିବେ ବୋଲି ପ୍ରଫେସର ମଲ୍ଲିକ କହିଛନ୍ତି।