ମହାମାରୀ କୋଭିଡ଼-୧୯ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ଓଡ଼ିଶା

ମହାମାରୀ କୋଭିଡ଼-୧୯ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ସ୍ଥାନରେ ଓଡ଼ିଶା

ଓଡିଶା ବଡ ଖବର

#ମହାମାରୀ_କୋଭିଡ଼-୧୯_ପରିଚାଳନା_କ୍ଷେତ୍ରରେ_ଅଗ୍ରଣୀ_ସ୍ଥାନରେ_ଓଡ଼ିଶା            ଭୁବନେଶ୍ବର   : ମହାମାରୀ କୋଭିଡ଼-୧୯ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ସ୍ଥାନରେ ରହିଛି ।
ଭିଡ଼ିଓ କନଫରେନସିଂ ମାଧ୍ୟମରେ କେନ୍ଦ୍ରୀୟ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ଼ ମୁକାବିଲାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଜନିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି । ଗୁରବାର ଲୋକସେବା ଭବନରୁ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପରିବାର କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ସମୀକ୍ଷାରୁ ଜଣାପଡ଼ିଛି ଯେ, ରାଜ୍ୟର ପ୍ରତି ନିୟୁତ ଜନସଂଖ୍ୟାରେ ୩,୦୨୯ କୋଭିଡ଼ ପରୀକ୍ଷା କରାଯାଇଛି । ଜାତୀୟ ସ୍ତରରେ ଏହାର ହାର ୨୪୯୦ ରହିଛି । ସେହିପରି ମୃତ୍ୟୁ ହାରରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ୦.୪୨ ସ୍ଥିତିରେ ଅଛି । ସର୍ବଭାରତୀୟ ସ୍ତରରେ ଏହି ମୃତ୍ୟୁହାର ୨.୮୬ରେ ରହିଛି । ଆଜି ସୁଦ୍ଧା ରାଜ୍ୟରେ ୧,୩୯,୩୧୧ ନମୂନା ପରୀକ୍ଷା ସରିଛି । ରାଜ୍ୟରେ ୩୯ ପ୍ରତିଶତ ଆକ୍ରାନ୍ତ ଲୋକ ସୁସ୍ଥ ହୋଇଛନ୍ତି ଯାହାକି ଜାତୀୟ ସ୍ତର ହାରଠାରୁ ପ୍ରାୟ ସାତ ପ୍ରତିଶତ ଅଧିକ । ଚଳିତ ସପ୍ତାହରେ ଦୈନିକ ପଜେଟିଭ କେସ୍ ତୁଳନାରେ ଅଧିକ ଲୋକ ଟିଏମସି ଓ କୋଭିଡ଼ ହସ୍ପିଟାଲରୁ ସୁସ୍ଥ ହୋଇ ଫେରୁଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । କୋଭିଡ଼ ପରିଚାଳନାରେ ପଂଚାୟତ ଓ ଗ୍ରାମ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଓଡ଼ିଶା ପାଇଁ ବିଶେଷ ସହାୟକ ହୋଇଛି ବୋଲି ସେ କହିଛନ୍ତି । ସେମାନଙ୍କ ମାଧ୍ୟମରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, କ୍ୱାରେଂଟାଇନ ସେଂଟର ଗୁଡ଼ିକର ସଫଳ ପରିଚାଳନା କରାଯାଉଛି । ଗୋଷ୍ଠୀ ସଂକ୍ରମଣକୁ ରୋକାଯାଇ ପାରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶାଲିନ ପଣ୍ଡିତ କୋଭିଡ଼-୧୯ ଓ ଏମଡ଼ି ବିଶାଲ ଦେ ଓଡ଼ିଶା ମେଡ଼ିକାଲ କର୍ପୋରେସନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀମତି ଜାମିନୀ ଷଡ଼ଙ୍ଗୀ ଏଡି ଭିଡ଼ିଓ କନଫରେନସିଂରେ ଯୋଗ ଦେଇଥିଲେ ।